www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ; ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ

ନବରଙ୍ଗପୁର : ମିଶନ ଶକ୍ତି ସଭାଗୃହରେ ନବରଙ୍ଗପୁର ଜିଲାପାଳ ଡ଼ଃ .କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ମୁକାବିଲା ସମ୍ୱନ୍ଧୀୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି, ଏବଂ ଅଂଶୁଘାତର ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ନିମନ୍ତେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅଚଳ ପଡିଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶେଷ କରି ଜିଲାର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟ ମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପକେଟ ମହଜୁତ ରଖିବା ପାଇଁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲା ସାମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲାପାଳ ଡ଼ଃ ମିଶ୍ର ନିର୍ଦେଶ ଦେଇଥିଲେ।
ପ୍ରତ୍ୟେକ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କ ପାଇଁ ଜଳ ଯୋଗାଣ ବ୍ୟବସ୍ଥା ବାଧ୍ୟତାମୂଳକ ରଖିବା ପାଇଁ ଜିଲାପାଳ ଡ଼ଃ ମିଶ୍ର ପରାମର୍ଶ ଦେଇଥିଲେ । ସେହିପରି ଜିଲା ଶ୍ରମ ବିଭାଗ ତରଫରୁ ଶ୍ରମିକ ମାନଙ୍କ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ପାଣିର ବ୍ୟବସ୍ଥା କରିବା ସହିତ ଦିନ ୧୧.୦୦ ଘଣ୍ଟା ସମୟରୁ ଅପରାହ୍ନ ୩.୩୦ ପର୍ୟ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଏହି ସମୟ ସୀମା ମଧ୍ୟରେ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନ ଲଗାଇ ଛାୟାର ବ୍ୟବସ୍ଥା କରିବା ପାଇଁ ଜିଲା ଶ୍ରମ ଅଧିକାରୀଙ୍କୁ ଜିଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ।
ସେହିପରି ରାଜ୍ୟ ସରକାରଙ୍କ ମାର୍ଗଦର୍ଶକ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସ୍କୁଲ ଏବଂ କଲେଜରେ ଶିକ୍ଷା ଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦାଉରୁ ରକ୍ଷା ପାଇବା ନିମନ୍ତେ ସମସ୍ତ ପ୍ରକାର ପରିବହନ ଯାନ ଏବଂ ଯାତ୍ରୀ ମାନଙ୍କ ନିମନ୍ତେ ବହୁଳ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପକେଟ ମହଜୁଦ ରଖିବା ପାଇଁ ଜିଲାପାଳ ଡଃ. ମିଶ୍ର ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ। ଜିଲାର ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳିନ ଭିତ୍ତିରେ ମରାମତି କରିବା ସହିତ ଆବଶ୍ୟକ ସ୍ଥଳେ ଭ୍ରାମ୍ୟମାଣ ଟ୍ୟାଙ୍କର ସାହାଯ୍ୟରେ ପିଇବା ପାଣିର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ। ଅଂଶୁଘାତର ସଫଳ ମୁକାବିଲା ପାଇଁ ପ୍ରତି ବ୍ଲକ ସ୍ତରରେ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟନ୍ତ୍ରଣ କକ୍ଷ ଖୋଲି ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା। ଅଂଶୁଘାତର ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ଜିଲାର ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ । ସେହିପରି, ଆବଶ୍ୟକ ସ୍ଥଳେ ଜିଲାର ଜନଗହଳି ସମ୍ପୂର୍ଣ୍ଣ ସ୍ଥାନ ମାନଙ୍କରେ ଜଳଛତ୍ରର ଆୟୋଜନ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲା ପାଳ ଡ଼ଃ .ମିଶ୍ର ନିର୍ଦେଶ ଦେଇଥିଲେ।

ଜିଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ, ବିରଞ୍ଚି ନାରାୟଣ ଦରୱାନ ବୈଠକରେ ଯୋଗ ଦେଇ ଜିଲାର ପ୍ରତ୍ୟେକ ବ୍ଲକରେ ବ୍ଲକସ୍ତରୀୟ ପ୍ରସ୍ତୁତି ବୈଠକ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ (ରାଜସ୍ଵ )ନବୀନ ଚନ୍ଦ୍ର ନାୟକ, ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା, ଉପ ଜିଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲା ଜରୁରୀ କାଳୀନ ଅଧିକାରୀ ବିନାୟକ ଖାଡଙ୍ଗା, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲା ଶ୍ରମ ଅଧିକାରୀ, ସମ୍ପୃକ୍ତ ଅଧୀକ୍ଷକ ଯନ୍ତ୍ରୀ, ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କ ସହିତ ଜିଲାର ସମସ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓ ଏବଂ ଅନ୍ୟାନ୍ୟ ଜିଲା ସ୍ତରୀୟ ବରିଷ୍ଠ ଅଧିକାରୀ, ଜିଲା ପ୍ରକଳ୍ପ ଅଧିକାରୀ , ଆଞ୍ଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories