www.samajalive.in
Saturday, December 6, 2025
26.1 C
Bhubaneswar

୫୫ଦିନ ପରେ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଶାଜାହାନ୍‍ ଶେଖ ଗିରଫ

ପଶ୍ଚିମବଙ୍ଗ: ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମସି ନେତା ଶାଜାହାନ୍‍ ଶେଖଙ୍କୁ ପୁଲିସ ଗିରଫ କରିଛି। ଘଟଣାର ୫୫ଦିନ ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୁଲିସ ଶାଜାହାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ। ଶାଜାହାନ ଟିଏମସିର ଜଣେ ପ୍ରଭାବଶାଳୀ ନେତା। ଜାନୁଆରୀ ୫ତାରିଖରେ ରାସନ ବଣ୍ଟନ ଦୁର୍ନୀତିରେ ପଚରାଉଚରା କରିବା ପାଇଁ ଶାଜାହାନଙ୍କ ଘରେ ଇଡ଼ି ପହଂଚିଥିଲା। ତାଙ୍କ ସହଯୋଗୀ ମାନେ ଇଡ଼ି ଟିମ ଉପରେ ଆକ୍ରମଣ କରିଥିଲେ। ପରେ ଇଡ଼ି ଶାଜାହାନଙ୍କୁ ପଚରାଉଚରା କରିବା ପାଇଁ ବାରମ୍ବାର ନୋଟିସ୍‍ କରଥିଲା। ହେଲେ ଇଡି ଅଧିକାରୀଙ୍କୁ ଉପରେ ଆକ୍ରମଣ କରି ଶାଜାହାନ ହାଜର ହୋଇନଥିଲେ। ଏହାପରେ ଗତ ସୋମବାର ଦିନ ଆସନ୍ତା ୪ ତାରିଖ ସୁଦ୍ଧା ଶାଜାହନଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଶାଜାହାନଙ୍କ ନାମରେ ବିରୋଧରେ ସନ୍ଦେଶଖାଲିରେ ଜମି ଜବରଦଖଲ କରିବା ଏବଂ ମହିଳାଙ୍କୁ ନିର୍ଯାତନା ଭଳି ଗୁରୁତର ଅଭିଯୋଗ ରହିଛି। ପୀଡିତା ମହିଳା ଓ ସନ୍ଦେଶଖାଲିରେ ହିଂସା ଘଟାଉଥିବାରୁ ଲୋକମାନେ ଅନେକ ଥର ଟିଏମସି ନେତା ଶାଜାହାନ ଶେଖଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories