www.samajalive.in
Saturday, December 6, 2025
15.1 C
Bhubaneswar

ଗଳାପୋଲ ପାଇଁ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ଗୁରୁଡିଝାଟିଆ : ୫୫ ନଂ ଜାତୀୟ ରାଜପଥର ଖୁଣ୍ଟୁଣୀ ବଜାର ଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଗଳାପୋଲ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଅଛି। ବାରମ୍ବାର ଲିଖିତ ଅଭିଯୋଗ ଓ ଆନ୍ଦୋଳନ ପରେ ମଧ୍ୟ କର୍ତ୍ତୃପକ୍ଷ ଗଳାପୋଲ କରିବା ପାଇଁ ସମ୍ମତି ପ୍ରକାଶ ନକରିବାରୁ ବାଧ୍ୟ ହୋଇ ସ୍ଥାନୀୟ ଯୁବକମାନେ ୫୫ ନଂ ଜାତୀୟକୁ ଖୁଣ୍ଟୁଣୀ ବଜାର ନିକଟରେ ପ୍ରାୟ ୨ଘଣ୍ଟା ଧରି ଅବରୋଧ କରି ରଖିଥିଲେ। ଏଥିପାଇଁ ସାଧାରଣ ଜନତା ଓ ଗାଡି ଚାଳକ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଘଟଣାସ୍ଥଳରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣାସ୍ଥଳରେ ରାଜପଥ ସଂପ୍ରସାରଣ କାର୍ଯ୍ୟ ନେଇଥିବା ଠିକାଦାରଙ୍କ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories