ଆନନ୍ଦ ସରୋବରରେ ଚାରାରୋପଣ କାର୍ଯ୍ୟକ୍ରମ

ନବରଙ୍ଗପୁର: ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବ୍ରହ୍ମାକୁମାରୀଙ୍କର ଆୟୋଜନରେ ଆନନ୍ଦ ସରୋବରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲାପାଳ ଡଃ.କମଳଲୋଚନ ମିଶ୍ର , ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ମାକର ସାହୁ ପ୍ରମୁଖ ଯୋଗେଦେଇ ଚାରରୋପଣ କରିଥିଲେ । ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ ବ୍ରହ୍ମାକୁମାରୀ ନିଲମଜୀ ଉପସ୍ଥିତ ରହି ସମସ୍ତ ଅତିଥୀଙ୍କୁ ସ୍ୱାଗତ କରିଥିଲେ ।

prayash

ସ୍ୱାଧୀନତତାର ୭୫ ବର୍ଷ ଅବସରରେ ୭୫ଟି ବିଭିନ୍ନ ଚାରାଲଗାଯିବାକୁ ସ୍ଥିର କରାଯାଇଥିବା ସୂଚନା ଦିଆଯାଇଥିଲା । ଏହି ଅବସରରେ ବିଧାୟକଶ୍ରୀ ପ୍ରଧାନୀ, ଜିଲାପାଳ ଡଃ.ମିଶ୍ର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀସାହୁ ପ୍ରମୁଖ ଚାରା ଲଗାଇଥିଲେ । ଏଠାରେ ୪ ଏକର ଜମିରେ ଏହି ଆନନ୍ଦ ସରୋବରରେର କାର୍ଯ୍ୟ ଚାଲିଛି । ଏଭଳି ମହାନ ଅନୁଷ୍ଠାନର ସେବା କାର୍ଯ୍ୟ ନେଇ ଜିଲାପାଳ ଡଃ.ମିଶ୍ର ଖୁସି ପ୍ରକଟ କରିଥିଲେ ।

ଏହି ଅନୁଷ୍ଠାନର ବିକାଶ ପାଇଁ ସମସ୍ତ ସହାୟତା ଯୋଗଇ ଦିଆଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନୀ କହିଥିଲେ । ଅନ୍ୟମାନଙ୍କର ମଧ୍ୟରେ ବିଜୟ ମହାପାତ୍ର, ଗଣେଶ୍ୱର ଦାସ, କପିଳେନ୍ଦ୍ର ସାସମଲ, ସୁନୀଲ ସାହୁ, ଉଦୟନାଥ ଚୈାଧୁରୀ, ରଞ୍ଜିତ ଭାଇ, ଦୁଷ୍ମନ୍ତ ଦାସ, ବିଦ୍ୟାଧର ପାଣିଗ୍ରାହୀ, ଗିରିଶ ନାୟକ, ବ୍ରହ୍ମାକୁମାର ଅଭିଜିତ ଭାଈ, ବ୍ରହ୍ମାକୁମାରୀ ନମିତା, ବ୍ରହ୍ମାକୁମାରୀ ରାକ୍ଷୀ ଓ ବ୍ରହ୍ମାକୁମାରୀ ଗୀତା ପ୍ରମୁଖ ଉପସ୍ଥିତ ଥିଲେ । ପରେ ସମସ୍ତେ ଚାରାରୋପଣ କରିଥିଲେ ।

kalyan agarbati

Comments are closed.