www.samajalive.in
Monday, December 15, 2025
27.1 C
Bhubaneswar

ନନ୍ଦାହାଣ୍ଡିରେ ବିଜେପିର ଗରୀବ କଲ୍ୟାଣ ସମାବେଶ

ନବରଙ୍ଗପୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିତୀୟ ପାଳିର ତୃତୀୟ ବର୍ଷ ଶାସନର ସେବା, ସୁଶାସନ ଓ ଗରିବ କଲ୍ୟାଣ ପକ୍ଷ ଅବସରରେ ଜନ ସମ୍ପର୍କ ଯାତ୍ରା ମେ ୩୧ ତାରିଖ ଠାରୁ ଜୁନ ୧୬ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି । ଏହି ଅବସରରେ ଗ୍ରାମାଞ୍ଚଳ ଗରୀବ କଲ୍ୟାଣ ସମାବେଶ, ନନ୍ଦାହାଣ୍ଡି ପଞ୍ଚାୟତ ସମିତିର ଚିଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ନନ୍ଦାହାଣ୍ଡି ମଣ୍ଡଳ ବିଜେପି ସଭାପତି ଅରୁଣ ପ୍ରସାଦ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିୟଙ୍କର ନେତୃତ୍ୱରେ କେନ୍ଦ୍ର ସରକାରଙ୍କର ୮ ବର୍ଷ ପୂର୍ତ୍ତି ହୋଇଥିବ। ବେଳେ ଦେଶ ସର୍ବାଙ୍ଗୀନ ବିକାଶ ଆଡକୁ ଗତି କରୁଛି ।

ବହୁ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲ୍ଲା ଉପସଭ।ପତି ସୁରେନ୍ଦ୍ର କୁମାର ବିଷୋୟୀ ଓ ସନାତନ ତ୍ରିପାଠୀ , ଜିଲ୍ଲା ମିଡ଼ିଆ ସଂଯୋଜକ ଦେବଦାସ ମହାଙ୍କଡ଼ , ନବରଙ୍ଗପୁର ନଗର ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଜିଲ୍ଲା। ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ଫୁଲମା ଭତରା, ବୃନ୍ଦାବନ ନାୟକ, ଅକ୍ଷୟ ମହାନ୍ତି, ପ୍ରମୁଖ ଯୋଗଦେଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୮ ବର୍ଷ ଶାସନ କାଳରେ ଗରୀବ ଲୋକ ମାନଙ୍କର ବ୍ୟାପକ ଭାବେ ଅର୍ଥ ନୈତିକ ଉନ୍ନତି ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଉନ୍ନତି ହେଇଛି। ଗରିବ ଲୋକ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ବସୁଧା ଯୋଜନାରେ ଘରକୁ ପାଇପ୍ ଯୋଗେ ପାଣି, ଜାତୀୟ ଖାଦ୍ୟ ଯୋଜନାରେ ସମସ୍ତଙ୍କୁ ସରକାରୀ ଚାଉଳ, ଗହମ, ସୌଭାଗ୍ୟ ଯୋଜନାରେ ଘରକୁ ବିଦ୍ୟୁତ୍ ଲାଇନ ମାଗଣା, ସ୍ଵଚ୍ଛ ଭାରତ ଯୋଜନାରେ ଘରକୁ ପାଇଖାନା, ଉଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍, ଜନଧନ ଯୋଜନାରେ ୦ ଏକାଉଣ୍ଟରେ ବ୍ୟାଙ୍କ ପାସ୍ ବୁକ୍ ଖୋଲିବା, ମୁଦ୍ରା ଯୋଜନାରେ ଗରୀବ ଲୋକ ମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ରୁଣ ଯୋଗାଇ ଦେବା, ଶ୍ରମିକ ମାନଙ୍କର ଅର୍ଥ ନୈତିକ ଉନ୍ନତି ପାଇଁ ବହୁ ପ୍ରକାରର ସହଯୋଗ ମୋଦୀ ସରକାର ଯୋଗାଇ ଦେଇଥିବାରୁ ବର୍ତ୍ତମାନ ସହରାଞ୍ଚଳ ସହ ଗ୍ରାମାଞ୍ଚଳ ଗରୀବ ଲୋକ ମାନଙ୍କର ବ୍ୟାପକ ଉନ୍ନତି ହୋଇଛି ବୋଲି ଅତିଥି ଗଣ ତାଙ୍କର ଭାଷଣରେ କହିଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜନ କଲ୍ୟାଣ କାର୍ଯ୍ୟକ୍ରମ ଓ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ୫୦ ଜଣରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ନାୟକ, ହରେକୃଷ୍ଣ ମୁଦୁଲି,ନନ୍ଦନ ବିଷୋୟୀ,ଧରଣୀ ସିଂ, ଧନେଶ୍ଵର ଭତରା,ମନକୁରାମ ଭତରା, ରିନା ବେହେରା, ଲକ୍ଷ୍ମଣ ନାୟକ ଙ୍କର ସମେତ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ। ରାମଚନ୍ଦ୍ର ବିଷୋୟୀ ମଞ୍ଚ ପରିଚାଳନା କରିଥିବା ଵେଳେ ଅରୁଣ ପ୍ରସାଦ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories