www.samajalive.in
Sunday, December 14, 2025
19.1 C
Bhubaneswar

ପଦୋନ୍ନତିକୁ ବିରୋଧ କରି ନିଖିଳ ଉତ୍କଳ ଶିକ୍ଷକ ସଂଘର ଧାରଣା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାକୁ ବିରୋଧ କରି ନବରଙ୍ଗପୁର ଶାଖା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିରୋଧ କରିବା ସହ କାଉନସିଲିଂ ମାଧ୍ୟମରେ ପଦୋନ୍ନତି କରିବା ଦାବିରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାଯ୍ୟlଳୟ ସମୁଖରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି।

ସୂଚନା ମୁତାବକ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେପ୍ଟେମ୍ବର ମାସ ୩୦ ତାରିଖ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପଦୋନ୍ନତି ପାଇବାକୁ ଥିବା ପ୍ରାଥମିକ ଶିକ୍ଷକଙ୍କ ତାଲିକା ଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ନିର୍ଦେଶ ଥିଲେହେଁ କୋଣସି କାରଣ ବଶତଃ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ବିଳମ୍ବ ହେବାଯୋଗୁଁ ଆଜି ନବରଙ୍ଗପୁର ଶିକ୍ଷା ଅଧିକାରୀ ଶିକ୍ଷକମାନଙ୍କ ପଦୋନ୍ନତି ତାଲିକା ଘୋଷଣା କରିବା ପୂର୍ବରୁ ହିଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ସଂଘର ଆଇନ ପରାମର୍ଶଦାତା ଆଇନଜୀବୀ ରାମ ପାତ୍ରଙ୍କ ସହ ସଂଘ ସଭାପତି ବିଷ୍ଣୁପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ, ଉପଦେଷ୍ଟା ରତନ ମାଝୀ ଏବଂ ଅଶ୍ୱିନୀ ଦାସଙ୍କ ସହ ୨୦/୨୫ ଜଣ ଶିକ୍ଷକ ଆଜି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିରୁଦ୍ଧରେ ବଦଳି ଦାବି ଆଦି ଫ୍ଲାଗ କାର୍ଡ ଧରି ଫାଟକ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ସେମାନେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀଙ୍କୁ ପ୍ରଦାନ କରି ପଦୋନ୍ନତି ପ୍ରକ୍ରିୟା କୁ ସ୍ଥଗିତ ରଖି କାଉନସେଲିଙ୍ଗ ମାଧ୍ୟମରେ ପଦୋନ୍ନତି କରିବା ପାଇଁ ଦାବି କରିଛନ୍ତି।

- Advertisement -

ସଂଘର ଦାବି କୁ ଜିଲ୍ଲା ଶିକ୍ଷଧିକାରୀ ଗ୍ରହଣ କରି ରାଜ୍ୟ ଶିକ୍ଷା ନିର୍ଦେଶକଙ୍କ ପାଖକୁ ପଠେଇବି ବୋଲି କହିବା ପରେ ସଂଘ ଧାରଣାରୁ ଉଠିଥିଲେ। ଏପଟେ ଜିଲ୍ଲା ଶିକ୍ଷlଧିକାରୀ ଶ୍ରୀ ପାଣିଗ୍ରାହିଙ୍କ କହିବା ମୁତାବକ ସରକାରଙ୍କ ତରଫରୁ କାଉନସେଲିଙ୍ଗ ମାଧ୍ୟମରେ ପଦୋନ୍ନତି କରିବା ପାଇଁ କୌଣସି ନିର୍ଦେଶ ନଥିବା ବେଳେ ସଂଘ ପଦୋନ୍ନତିରେ ତ୍ରୁଟି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ଯାହା ନିୟମ ଅଛି ସେ ଅନୁଯାଇ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ବର୍ତମାନ ସଂଘର ଦାବିପତ୍ରକୁ ଶିକ୍ଷା ନିର୍ଦେଶକଙ୍କ ପାଖକୁ ପଠାଇ ଦିଆଯାଇଛି ଏବଂ ପରବର୍ତୀ ନିର୍ଦେଶ ଆସିଲେ ସେ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।

ଗୋଟିଏ ପ୍ରାଥମିକ ସଂଘ ପଦୋନ୍ନତି ପ୍ରକିୟାକୁ ବିରୋଧ କରୁଥିବା ବେଳେ ଅନ୍ୟ ଏକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ (ନୂତନ ପେନସନ ସ୍କିମ) ଜିଲ୍ଲା ଶିକ୍ଷଧିକାରୀଙ୍କ ପଦୋନ୍ନତି ପ୍ରକ୍ରିୟାକୁ ସମର୍ଥନ ଜଣାଇଛନ୍ତି। ପଦୋନ୍ନତି ପ୍ରକ୍ରିୟା ସ୍ଥଗିତ ହୋଇଯିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ)ର କର୍ମକର୍ତା ନା ପସନ୍ଦ କରିଥିବା ଦେଖିବାକୁ ମିଳିଛି। ଏନେଇ ସଂଘ ସମ୍ପାଦକ ଗଣେଶ ପ୍ରସାଦ ରଣା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆଜି ପଦୋନ୍ନତି ପ୍ରକ୍ରିୟାକୁ ସ୍ଥଗିତ ରଖି ଜିଲ୍ଲାର ପ୍ରାୟ ୩ ହଜାର ଶିକ୍ଷକଙ୍କ ମନରେ ଆଘାତ ହୋଇଛି, କାହିଁକି ନା ଆଜକୁ ୨୦୧୪ ମସିହାରୁ ଶିକ୍ଷକମାନଙ୍କ ପଦୋନ୍ନତି ହୋଇନଥିବା ଯୋଗୁଁ ଶିକ୍ଷକମାନଙ୍କ ବରିଷ୍ଠତା ହ୍ରାସ ପାଇଛି। ଏଥିପାଇଁ ରାଜ୍ୟସାରା ଶିକ୍ଷକମାନେ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କ ପଦୋନ୍ନତି କରିବାକୁ ନିର୍ଦେଶ ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଯଦି ଶିକ୍ଷା ବିଭାଗ ପଦୋନ୍ନତିରେ ତ୍ରୁଟି କରିଥିବା ବିଷୟ ଆଗରୁ ଉକ୍ତ ସଂଘ ଜାଣିଥିଲେ ତା ହେଲେ ତ୍ରୁଟିରେ ସୁଧାର ଆଣିବାକୁ ଚେଷ୍ଟା କରିପାରିଥାନ୍ତେ, ଶେଷ ସମୟରେ ପଦୋନ୍ନତି ପ୍ରକ୍ରିୟାକୁ ବିରୋଧ କରିବାରୁ ଜିଲ୍ଲାର ପ୍ରାୟ ୩ ହଜାର ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତିରୁ ବଞ୍ଚିତ ହୋଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories