www.samajalive.in
Saturday, December 13, 2025
27.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଲେ ଉପେନ୍ଦ୍ର, ସନ୍ତରଣରେ ଜିତିଲେ ୬ ସ୍ବର୍ଣ୍ଣ, ୧ ରୋପ୍ୟ

ନବରଙ୍ଗପୁର: ରାଜ୍ୟ ସନ୍ତରଣ ପ୍ରତିଯୋଗୀତାରେ ନବରଙ୍ଗପୁର ସହରର ଉପେନ୍ଦ୍ର ପୂଜାରୀ ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଭୁବନେଶ୍ୱର ଠାରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ ନବରଙ୍ଗପୁର ସହରର ଉପେନ୍ଦ୍ର ପୂଜାରୀ ଛ’ଟି ଇଭେଣ୍ଟରେ ପ୍ରଥମ ହୋଇ ୬ଟି ସ୍ଵର୍ଣ ଓ ଅନ୍ୟ ଗୋଟିକରେ ଦ୍ୱିତୀୟ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୧୯ଟି ଜିଲ୍ଲାରୁ ୧୨୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଚଳିତ ମାସ ୨୫ ଓ ୨୬ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ସୁଇମିଙ୍ଗ ପୁଲରେ ପ୍ରତିଯୋଗିତା ହୋଇଥିଲା।

ଉପେନ୍ଦ୍ର ଶହେ ମିଟର ବଟର ଫ୍ଲଏ ପ୍ରତିଯୋଗିତା କନିଷ୍ଠ ବର୍ଗରେ ଭାଗ ନେଇ ପ୍ରଥମ ହୋଇ ସ୍ଵର୍ଣ ପଦକ ଜିତିଥିଲେ। ସେହିପରି ୫୦ ମିଟର ବ୍ୟାକଷ୍ଟୋକ କନିଷ୍ଠ ବର୍ଗରେ ପ୍ରଥମ ହୋଇ ସ୍ଵର୍ଣ, ଶହେ ମିଟର ବ୍ୟାକ ଷ୍ଟ୍ରୋକ କନିଷ୍ଠ ବର୍ଗରେ ସ୍ଵର୍ଣ ପଦକ ହାସଲ କରିଛନ୍ତି। ଦୁଇଶହ ମିଟର ବ୍ୟାକ ଷ୍ଟ୍ରୋକ ଜୁନିୟର ବର୍ଗରେ ପ୍ରଥମ ହୋଇ ସ୍ଵର୍ଣ ପଦକ ହାସଲ କରିଛନ୍ତି। ଏହା ସହ ୫୦ ମିଟର ବ୍ୟାକ ଷ୍ଟ୍ରୋକ ବରିଷ୍ଠ ବର୍ଗ ଓ ଶହେ ମିଟର ବ୍ୟାକ ଷ୍ଟ୍ରୋକ ବରିଷ୍ଠ ବର୍ଗରେ ପ୍ରଥମ ହୋଇ ସ୍ଵର୍ଣ ପଦକ ପାଇଛନ୍ତି। ସେହିପରି ୫୦ ମିଟର ବଟର ଫ୍ଲାଏ ଜୁନିୟର ବର୍ଗରେ ଦ୍ୱିତୀୟ ହୋଇ ରୋପ୍ୟ ପଦକ ହାସଲ କରିଛନ୍ତି। ସେ ପିଲାଦିନରୁ ସହରର ପ୍ରତାପ ସାଗର ଓ ଘୋରମୁଣ୍ଡା ପୋଖରୀରେ ସନ୍ତରଣ ଅଭ୍ୟାସ କରି ଆସୁଥିଲେ।

- Advertisement -

ନବରଙ୍ଗପୁର ପରି ଆଦିବାସୀ ଅଧୁଷିତ ଜିଲ୍ଲାରେ ନିଜର ଚେଷ୍ଟା ଓ ପ୍ରତିଭା ବଳରେ ସେ ରାଜ୍ୟ ସ୍ତରୀୟ ବହୁ ପ୍ରତିଭା ସନ୍ତରଣ ମାନଙ୍କୁ ପଛରେ ପକାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲା ଆଣିକୋଣରୁ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି। ଏହି ସଫଳତା ପାଇଁ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ ବାଳ କ୍ରିଷ୍ମା, ବିଜେପି ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ, ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଉପେନ୍ଦ୍ରଙ୍କ ବାପା ତଥା ଭଣ୍ଡାର ଘରଣୀ ମନ୍ଦିର ପୂଜାରୀ ରାଜୀବ ଲୋଚନ ପୂଜାରୀ ଓ ମାଆ ବୈଜୟନ୍ତୀ ମାଳା ପୂଜାରୀ ପୁଅର ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories