www.samajalive.in
Thursday, December 11, 2025
16.1 C
Bhubaneswar

କୁଞ୍ଜ ବିହାରୀ ପାଠାଗାର ମାସିକ ଆଲୋଚନା ଚକ୍ର

ନବରଙ୍ଗପୁର: ସ୍ଥାନୀୟ କୁଞ୍ଜ ବିହାରୀ ପାଠାଗାରର ସେପ୍ଟେମ୍ବର ମାସର ଆଲୋଚନା ଚକ୍ର ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ କଟକଣା ଯୋଗୁଁ ଦୀର୍ଘ ସାତ ମାସ ଧରି ବନ୍ଦ ରହିଥିଲା। ଅତିବଡି ଜଗନ୍ନାଥ ଦାସ ଓ ଭାଗବତ ଶୀର୍ଷକ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଭଟ୍ଟ ମୁଖ୍ୟ ଆଲୋଚକ ରୂପେ ଯୋଗ ଦେଇଥିବା ବେଳେ ଅନ୍ୟତମ ଆଲୋଚକ ଥିଲେ ବେଦବିତ ସରୋଜ କୁମାର ତ୍ରିପାଠୀ। ଶ୍ରୀମଦ୍ ଭାଗବତ ବ୍ୟାସଦେବଙ୍କ ପୁରାଣକୃତି ମଧ୍ୟରେ ଏକ ଅନୁପମ ଓ ପରମୋତ୍କୃଷ୍ଟ ଗ୍ରନ୍ଥ ଓ ଓଡିଆ ଭାଗବତରେ ଅତିବଡୀ ଜଗନ୍ନାଥ ଦାସ ଯଥାର୍ଥ ଭାବରେ ଏହାକୁ ରୂପାୟନ କରିଥିବା ଶ୍ରୀଯୁକ୍ତ ଭଟ୍ଟ ଆଲୋଚନା ପ୍ରସଙ୍ଗରେ କହିଥିଲେ। ସରୋଜ କୁମାର ତ୍ରିପାଠୀ ଭାଗବତକୁ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ଅଦ୍ଭୁତ ସମନ୍ଵୟୀ ଗ୍ରନ୍ଥରୂପେ ବର୍ଣ୍ଣନା କରିଥିଲେ।

ଏଥିରେ ଅଧ୍ୟକ୍ଷତା କରି ପାଠାଗାରର ସଭାପତି ନାରାୟଣ ପଣ୍ଡା ଓଡିଆ ଭାଗବତ ଅନୁସୃଜନ କରି ଅତିବଡି ଜଗନ୍ନାଥ ଦାସ ଓଡିଆ ଭାଷାର ସମୁନ୍ନୟନ ଓ ସଂରକ୍ଷଣ କରିଯାଇଥିବା କଥା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୈଳାଶ ବେହେରା, ଗୋପବନ୍ଧୁ ବିଷୋୟୀ, ବୈଦେହୀ ପଣ୍ଡା, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଜେମାମଣି ବିଷୋୟୀ, ନିରଞ୍ଜନ ମିଶ୍ର, ପର୍ଶୁରାମ ସାହୁ, ପ୍ରକାଶ ଚନ୍ଦ୍ର ପାତ୍ର, ସାନୁଜ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଆଲୋଚନା ଶେଷରେ ଜଗନ୍ନାଥ ବେହେରା ଓ ଜାହ୍ନବୀ ପଣ୍ଡାଙ୍କ ସଂଯୋଜନାରେ ଏକ ଭବ୍ୟ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁବାଷ ଚନ୍ଦ୍ର ବିଷୋୟୀ, ଗୋପାଳକୃଷ୍ଣ ପାଣିଗ୍ରାହୀ, ସୁବ୍ରତ କୁମାର ମହାନ୍ତି, ପର୍ଶୁରାମ ସାହୁ, ପି ରବିକାନ୍ତ ରଘୁରାମ, ବାସନ୍ତୀଲତା ଜେନା ଓ ଜେମାମଣି ବିଷୋୟୀ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ସମ୍ପାଦକ ରଜନୀ ପାତ୍ର ବିବରଣୀ ପଠନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ତ୍ରିବିକ୍ରମାନନ୍ଦ, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ସହାୟତା କରିଥିଲେ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories