ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ
ନବରଙ୍ଗପୁର: ନବରଙ୍ଗପୁର ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟରେ ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସମବେତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ କହିଲେ ଯେ, ଦୃଢ଼ ଇଚ୍ଛା ଶକ୍ତି ରଖି ନିଜର ଜ୍ଞାନ ଓ କୌଶଳର ବିକାଶ କରିପାରିଲେ ଜୀବନରେ ସଫଳତା ହାସଲ କରିହେବ ।
ଯେକୌଣସି କ୍ଷେତ୍ରରେ ନିଜର ଦକ୍ଷତା ଥିଲେ ଆତ୍ମ ନିଯୁକ୍ତି ସୁଯୋଗ ପାଇଁ କୌଣସି ପ୍ରତବନ୍ଧକ ରହିବ ନାହିଁ । ଗୁଣାତ୍ମକ ଓ ଧନ୍ଧା ମୂଳକ ଶିକ୍ଷା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ବିଶ୍ଵ ଯୁବା ଦକ୍ଷତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ଦକ୍ଷତାର ପରିଚୟ ସ୍ୱରୂପ ଆୟୋଜିତ ପ୍ରଦର୍ଶନୀ ମୁଖ୍ୟ ଅତିଥି ବୁଲି ଦେଖିଥିଲେ ଏବଂ ଏଥିରେ ପିଲାଙ୍କ ସୁନ୍ଦର କାରୁକାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ ଉତ୍ସାହିତ କରିଥିଲେ । ନିଜର ଦକ୍ଷତା ବଳରେ ତିଆରି କରିଥିବା ଜିନିଷର ଯେପରି ବିକ୍ରି ପାଇଁ ଚାହିଦା ରହିବ ତା ଉପରେ ଗୁରୁତ୍ବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ଵମସି ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଓରମାସର ମୁଖ୍ୟ ନିର୍ବାହୀ ଉମା ମହେଶ, ପଲି ଟେକ୍ନିକ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଭି.କେ. ରାଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଯୋଗଦେଇ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ପ୍ରଦର୍ଶନରେ ରନରସ ଅଫ୍ ହୋଇ ପି.ଏମ୍ କେ.ଭି ୱାଇର ଶାଶ୍ବତୀ ସାହୁ ଏବଂ ଶିକ୍ଷା ଚାରିଟେବୁଲ ଟ୍ରଷ୍ଟର ଶିବାନୀ ଉଇନର ହୋଇ ଥିବାରୁ ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୀନଦୟାଲ ଉପାଧ୍ୟାୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅନାଥଶ୍ରମର ଅନ୍ତେବାସୀ, ପଲିଟେକନିକ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।
Comments are closed.