www.samajalive.in
Sunday, December 14, 2025
19.1 C
Bhubaneswar

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ସାଲିସ୍ ବିହୀନ ସଂଗ୍ରାମୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜୟନ୍ତୀ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜୟ କିରଣ ଟ୍ରଷ୍ଟ, ଅକ୍ଷର ଓ ବିନୋବା ସେବା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ରାଜ୍ୟ ସୂଚନା କମିଶନର ଦିଲ୍ଲୀପ ବିଶୋଇ ସଭାପତିତ୍ୱ କରି ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଓଡ଼ିଶା ରାଜନୀତିର ଜଣେ ସାଲିସ୍ ବିହୀନ ସଂଗ୍ରାମୀ ନେତା ବୋଲି କହିଥିଲେ। ବରିଷ୍ଠ ସମାଜସେବୀ ଆଶାଲତା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନୀତି ସ୍ୱଚ୍ଛ ଓ ଦୁର୍ନୀତିମୁୁକ୍ତ ହେବା ଉଚିତ ଯାହା ନବବାବୁ ଚିନ୍ତା କରୁଥିଲେ ବୋଲି ପ୍ରକାଶ କରିଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ନିବେଦିତା ଆଚାର୍ଯ୍ୟ ନିଜର ଅତୀତର ସମୁଦ୍ରରେ ଇଣ୍ଡୋନେସିଆ ଜଳଯାତ୍ରା ସମ୍ପର୍କରେ ବାଖ୍ୟାନ କରି ଯୁବବର୍ଗ ଦୁଃସାହସିକ ହୋଇ ରଚନାତ୍ମକ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

 

- Advertisement -

ପ୍ରାରମ୍ଭରେ ଜୟ କିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନାରାୟଣ ରେଡ଼ି, ସିପ୍ରା ମଲ୍ଲିକ, ପୂର୍ବତନ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଜାତୀୟ ମାନବାଧିକାର କମିଶନ, ନୂଆଦିଲ୍ଲୀ କୋର୍ ସଦସ୍ୟ ମନୋଜ ଜେନା, ସ୍ତମ୍ଭକାର ଅମୀୟ ପାଣ୍ଡବ ପ୍ରମୁଖ ନବବାବୁଙ୍କ ଆଦର୍ଶ, ଜୀବନ ଓ କାର୍ଯ୍ୟଧାରା ଉପରେ ବକ୍ତବ୍ୟ ରଖିଥିଲେ। ନାରୀନେତ୍ରୀ ଡ. ଗୀତାଞ୍ଜଳି ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories