www.samajalive.in
Sunday, December 14, 2025
19.1 C
Bhubaneswar

ସହିଦ ଭଗତ ସିଂଙ୍କ ଶ୍ରାଦ୍ଧାବାର୍ଷିକୀରେ ବାଇକ ଶୋଭାଯାତ୍ରା

ଭୁବନେଶ୍ୱର : ସହିଦ ଭଗତ ସିଂଙ୍କ ଶ୍ରାଦ୍ଧାବାର୍ଷିକୀ ଅବସରରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ୱରେ ଲକ୍ଷ୍ମୀସାଗର ଛକରୁ ଖୋଲା ଜିପରେ ଭଗତ ସିଂ ଓ ତାଙ୍କ ସହଯୋଗୀଙ୍କ ଫଟୋ ଲଗାଯାଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରିଥିଲା। ବାଇକ ଶୋଭାଯାତ୍ରାରେ ସହିଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ଅମର ରହେ ଧ୍ୱନିରେ ରାଜଧାନୀର ରାଜରାସ୍ତା ପ୍ରକମ୍ପିତ ହୋଇଥିଲା।

ଲୋୟର ପିଏମଜିରେ ମନୱର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭଗତ ସିଂ ସ୍ମୃତି ସମାରୋହକୁ ସମ୍ବୋଧିତ କରି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ ଯେ, ସବୁ ସମୟର କାଳଖଣ୍ଡରେ ପରିବର୍ତ୍ତନମୁଖୀ ରାଜନୀତି ପାଇଁ ଯେଉଁ ଭୂମିକା ଆବଶ୍ୟକ ପଡ଼େ ତାହା ନବନିର୍ମାଣ ଯୁବ ଛାତ୍ର ସଂଗଠନ ସମ୍ପାଦନ କରୁଛି। ସହିଦ ଭଗତ ସିଂ ଯେଉଁ ଇନ୍ କିଲାବ ଜିନ୍ଦାବାଦ ନାରା ଦେଇଥିଲେ ତାଙ୍କ ସ୍ମୃତିରେ ସେହି କାମକୁ ଆଗେଇ ନେବାକୁ ଶ୍ରୀ ନନ୍ଦ ଆହ୍ୱାନ ଦେଇଥିଲେ। ସଂଗଠନର ରାଜ୍ୟ ସଭାପତି ମନୱର ଅଲ୍ଲୀ କହିଥିଲେ ଯେ, ରାଜ୍ୟରେ ଯୁବ ଛାତ୍ର, ମହିଳା ସମସ୍ତଙ୍କର ଜ୍ୱଳନ୍ତ ସମସ୍ୟା ନେଇ ନବ ନିର୍ମାଣ ସଂଗଠନ ଛାମୁଆ ବାହିନୀ ଭାବେ ଲଢେଇ କରୁଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତେଜିୟାନ ହେବ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ସର୍ବଶ୍ରୀ ମଧୁମିତା ସାମଲ, ସାଇ ପ୍ରସାଦ ପଲେଇ, ଅମିତ ଜେନା, ଜୟନ୍ତ ଗୋସ୍ୱାମୀ, ଜାହିର ଖାନ, ଓଁକାର ରେଡ଼ି, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories