www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ନାକ ‘ଏ’ ଗ୍ରେଡ଼ ମାନ୍ୟତା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ତୃତୀୟ ମୁଲ୍ୟାୟନ ଚକ୍ରରେ ଜାତୀୟ ମୁଲ୍ୟାଙ୍କନ ଏବଂ ସ୍ୱୀକୃତି ପରିଷଦ (ନାକ) ଦ୍ୱାରା ପୁଣି ଥରେ ‘ଏ’ ଗ୍ରେଡ଼ ମାନ୍ୟତା ବଜାୟ ରଖିବାରେ ସଫଳ ହୋଇଛି। ମୁଲ୍ୟାଙ୍କନରେ ୪ରୁ ୩.୧ ପଏଣ୍ଟ ଏକ ସ୍କୋର ହାସଲ କରିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟ। ନାକ ପ୍ରମାଣପତ୍ର ଅନୁଯାୟୀ ପାଠ୍ୟକ୍ରମରେ ୨.୯୭ ଗ୍ରେଡ଼ ପଏଣ୍ଟ, ଶିକ୍ଷାଦାନ-ଶିକ୍ଷା ଏବଂ ମୁଲ୍ୟାଙ୍କନରେ ୩.୪୨, ଅନୁସନ୍ଧାନ, ନବସୃଜନ ଏବଂ ବିସ୍ତାରରେ ୨.୮୪, ଭିତ୍ତିଭୁମି ଏବଂ ଶିକ୍ଷଣ ଉତ୍ସବରେ ୩.୨୬, ଛାତ୍ର ସମର୍ଥନ ଏବଂ ପ୍ରଗତିରେ ୨.୭୧, ଶାସନ, ନେତୃତ୍ୱରେ ୩.୩ ଏବଂ ପରିଚାଳନା ଏବଂ ୩.୩ ଅନୁଷ୍ଠାନିକ ମୁଲ୍ୟ ଏବଂ ସର୍ବୋତ୍ତମ ଅଭ୍ୟାସରେ।

ନାକ ପିୟର କମିଟିରେ ମୁଙ୍ଗେର ବିଶ୍ୱବିଦ୍ୟାଳୟର କୁଳପତି ଡ ରଞ୍ଜିତ କେ ବର୍ମା, କୁଭେମ୍ପୁ ବିଶ୍ୱବିଦ୍ୟାଳୟର ଡ ହିରେମନି ନାଏକ, ମହାତ୍ମା ଜ୍ୟୋତିବା ଫୁଲେ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟର ପୁର୍ବତନ ପ୍ରଫେସର ଡ ବିଆର କୁକ୍ରେତି, ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ଡ ମହୁଆ ମୁଖର୍ଜି, ଦିଲ୍ଲୀ ଟେକନିକାଲ ବିଶ୍ୱବିଦ୍ୟାଳୟର ପୁର୍ବତନ ପ୍ରଫେସର ଡ ରାଘବ ନଲ୍ଲାଣ୍ଠିଗଲ ଏବଂ ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟର ପୁର୍ବତନ ପ୍ରଫେସର ଅର୍ଚ୍ଚନା ଭାଟନଗର ପ୍ରମୁଖ ଗତ ସେପ୍ଟେମ୍ବର ମାସ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଦଳ ସମସ୍ତ ବିଭାଗର ମୁଲ୍ୟାଙ୍କନ କରିଥିଲା ଏବଂ ବିଶ୍ୱବିଦ୍ୟାଳୟ ଦ୍ୱାରା ନାକରେ ଦାଖଲ ହୋଇଥିବା ସେଲ୍‌ଫ ଷ୍ଟଡ଼ି ରିପୋର୍ଟ (ଏସଏସଆର)ରେ ବର୍ଣ୍ଣିତ ଗୁଣାତ୍ମକ ଆକଳନ କରିଥିଲା। ପ୍ରଥମ ଚକ୍ରରେ ବିଶ୍ୱବିଦ୍ୟାଳୟକୁ ‘ବି’ ଗ୍ରେଡ଼ ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ଚକ୍ରରେ ‘ଏ’ ଗ୍ରେଡ଼ ପାଇବା ପାଇଁ ଏହାର ମାନକକୁ ବୃଦ୍ଧି କରିଥିଲା ଏବଂ ତୃତୀୟ ଚକ୍ରରେ ‘ଏ’ ଗ୍ରେଡ଼ ବଜାୟ ରଖିଥିବା ବିଶ୍ୱବିଦ୍ୟାଳୟ।

- Advertisement -

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୁଷଣ ମିଶ୍ର ଖୁସି ପ୍ରକଟ କରିବା ସହିତ ଏ ଗ୍ରେଡ଼ ବଜାୟ ରଖିବାରେ ଆମେ ସଫଳ ହୋଇଛୁ ବୋଲି ବ୍ୟକ୍ତ କରିଛନ୍ତି। ଉଚ୍ଚମାନକ ପାଇଁ ନିଜକୁ ପ୍ରସ୍ତୁତ ରଖିବା ପାଇଁ ଆମେ ପ୍ରତିବଦ୍ଧ ଏବଂ ପରବର୍ତ୍ତି ଚକ୍ରର ମୁଲ୍ୟାଙ୍କନରେ ଏ ପ୍ଲସ ଗ୍ରେଡ଼ ହାସଲ କରିବା ପାଇଁ ବିଶ୍ୱବିଦ୍ୟାଳୟକୁ ପ୍ରସ୍ତୁତ ଏବଂ ପ୍ରୟାସ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ତେବେ ସୁଚନା ଥାଉକି ସମ୍ବଲପୁର ବିଶ୍ୱବିଦ୍ୟାଳୟ ‘ଏ’ ଗ୍ରେଡ଼ ମାନ୍ୟତା ଗତ ୨୦୧୬ ମସିହାରେ ହାସଲ କରିବାରେ ସକ୍ଷମ ହୋଇ ପାରିଥିଲା। ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଉଲ୍ଲେଖନୀୟ ଉପଲବ୍ଧି ସାରା ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ମଧ୍ୟରେ ସର୍ବୋଚ୍ଚ ଗ୍ରେଡ଼ ହାସଲ କରିବାର ସୌଭାଗ୍ୟ ଲାଭ କରିଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ ‘ଏ’ ଗ୍ରେଡ଼ (୩.୧୫ ପଏଣ୍ଟ) ହାସଲ କରି ସେହି ସମୟରେ ସର୍ବାଧିକ ପଏଣ୍ଟ ହାସଲ କରିବାର ସୌଭାଗ୍ୟ ଲାଭ କରିଥିଲା। ତେବେ ଗତ ପରିଦର୍ଶନର ପ୍ରାୟ ୭ ବର୍ଷ ପରେ ପୁଣି ନାକ ପିୟର କମିଟିର ପରିଦର୍ଶନ ହୋଇଥିବା ଫଳରେ ସମସ୍ତ ମହଲରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ‘ଏ’ ପ୍ଲସ ଗ୍ରେଡ଼ ହାସଲ କରିବା ନେଇ ପୌଢ଼ ମହଲରେ ଆଶା ରହିଥିଲା। ମାତ୍ର ଚଳିତ ନାକ ଦଳ ପରିଦର୍ଶନରେ ଗତ ପରିଦର୍ଶନରୁ .୦୫ ପ୍ରତିଶତ ଗ୍ରେଡ଼ ହ୍ରାସ ପାଇଛି। ତେବେ ବିଗତ କିଛିବର୍ଷ ହେବ ବାଦବିବାଦ ଘେରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗତି କରିଥିବା ବେଳେ ବିଶେଷକରି ଏକାଡ଼େମିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ସକାଶେ ଚଳିତ ବର୍ଷ କିଛିଟା ପଏଣ୍ଟରେ ହ୍ରାସତା ହୋଇଥିବା ସୁଚନା ହସ୍ତଗତ ହୋଇଛି। ତଥାପି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏ ଗ୍ରେଡ଼ ବଜାୟ ରଖିଥିବାରୁ ସମସ୍ତ ମହଲରେ ଖୁସି ପ୍ରକାଶ ପାଇଛି। ତେବେ ନାକ ନିର୍ଦ୍ଦେଶାବଳୀ ଚଳିତ ବର୍ଷ ଅଧିକ କଠିନ ରହିଥିବା ସତ୍ୱେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ‘ଏ’ ଗ୍ରେଡ଼ ବଜାୟ ରଖିବାରେ ସଫଳ ହୋଇଥିବା ଜଣେ ଅଧ୍ୟାପକ ସୁଚନା ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories