www.samajalive.in
Sunday, December 14, 2025
26.1 C
Bhubaneswar

ଅନାସ୍ଥା ପ୍ରସ୍ତାବ ଆସିଲେ ବିଜେଡି କ’ଣ କରିବ?

ଭୁବନେଶ୍ୱର/ନୂଆଦିଲ୍ଲୀ : ମୋଦି ସରକାରଙ୍କ ବିରୁଦ୍ଧରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ଆସିଛି। ୱାଇଏସ୍‌ଆର କଂଗ୍ରେସ ସାଂସଦଙ୍କ ନୋଟିସ୍‌ ଦେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଏହି ବିଷୟରେ ଗୃହରେ ଆଲୋଚନା ହୁଏ ତେବେ ବିଜୁ ଜନତା ଦଳର ଭୁମିକା କ’ଣ ହେବ, ତାହାକୁ ନେଇ ଓଡ଼ିଶାର ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ଆସନ୍ତା ମଙ୍ଗଳବାର ସକାଳ ଦଶଟାରେ ବିଜେଡି ସଂସଦୀୟ ଦଳ ବୈଠକ ସଂସଦର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହେବ, ଯେଉଁଥିରେ ଦଳ ନିଜର ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ କରିବ।

ବିଜେଡି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦେହରାଉଛନ୍ତି କି ତାଙ୍କ ଦଳ ବିଜେପି ଓ କଂଗ୍ରେସ ଠାରୁ ସମ ଦୂରତା ରକ୍ଷା କରି ଚାଲୁଛି। କିନ୍ତୁ ଏବେ ଯେତେବେଳେ ମୋଦି ସରକାରଙ୍କ କାର୍ଯ୍ୟକାଳରେ ପ୍ରଥମ ଥର ଅନାସ୍ଥା ପ୍ରସ୍ତାବ ଆଣିବାର ପ୍ରସ୍ତୁତିରେ ବିରୋଧୀଦଳଙ୍କୁ ଏକାଠି ହେବାର ପ୍ରୟାସ ଆରମ୍ଭ ହୋଇଛି ସେତେବେଳେ ବିଜେଡିର ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି। ଅନ୍ୟ ପକ୍ଷରେ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି।

- Advertisement -

ବିଜେଡି ସାଂସଦଙ୍କ କହିବା କଥା ହେଲା ଅନାସ୍ଥା ପ୍ରସ୍ତାବର ନୋଟିସ୍ ଏ ପର୍ଯ୍ୟନ୍ତ ଆଲୋଚନା ପାଇଁ ଆଗତ ହୋଇ ନାହିଁ। ଏଥିପାଇଁ ଏହି ପ୍ରସଙ୍ଗରେ ସଂସଦୀୟ ଦଳ ବୈଠକ ଡକାଯାଇ ନାହିଁ। ଏହା ପରେ ଦଳର ଆଭିମୁଖ୍ୟ ସ୍ଥିର କରାଯିବ।
ବିଜେଡି ସୂତ୍ରରୁ ପ୍ରକଶ ଯେ, ଯଦି ଅନାସ୍ଥା ପ୍ରସ୍ତାବର ନୋଟିସ ଆଗତ ହୁଏ ଏବଂ ପରେ ଗୃହରେ ଆଲୋଚନା ହୁଏ ତ, ମତ ବିଭାଜନର ସୁଯୋଗ ସୃଷ୍ଟି ହୋଇପାରେ। ତେବେ ବିଜେଡି କୌଣସି ଦଳ ସହିତ ରହିବା ପରିବର୍ତ୍ତେ ବହିସ୍କାର କରିବାକୁ ପସନ୍ଦ କରିବ। ୱାଇଏସ୍‌ଆର କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣୁଥିବାରୁ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଥିବା ବିଷୟକୁ ବିଜେଡି ପୁନଃର୍ବିଚାର କରିପାରେ।

ପୁଣି ଚର୍ଚ୍ଚା ହେଉଛି କି ତେଲୁଗୁ ଦେଶମ ପାର୍ଟି(ଟିଡିପି) ସୋମବାର ଲୋକସଭାରେ ଏହି ଅନାସ୍ଥା ପ୍ରସ୍ତାବ ଆଣିପାରେ। ଶୁକ୍ରବାର ଟିଡିପି, ଏନଡିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ୱାଇଏସ୍‌ଆର କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଛେଷ୍ଟା କରିଥଲା । କିନ୍ତୁ ଗୃହରେ ହଟ୍ଟଗୋଳ କାରଣରୁ ଏହା ଆଗତ ହୋଇ ପାରିଲା ନାହିଁ। ତେବେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ୫୦ ସାଂସଦଙ୍କ ଆବଶ୍ୟକତା ପଡିଥାଏ। ଉଭୟ ଟିଡିପି ଏବଂ ୱାଇଏସ୍‌ଆର କଂଗ୍ରେସ ପାଖରେ ଏହି ସଂଖ୍ୟା ନାହିଁ।

ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରକ୍ରିୟା

ସଦନରେ କୌଣସି ଦଳ ଅନାସ୍ଥା ପ୍ରସ୍ତାବ ଆଣିବା ଆଣିବାକୁ ଚାହିଁଲେ ପ୍ରଥମେ ବାଚସ୍ପତିଙ୍କୁ ଳିଖିତ ସୂଚନା ଦେବାକୁ ପଡିଥାଏ। ପରେ ବାଚସ୍ପତି ସେହି ଦଳର କୌଣସି ସାଂସଦଙ୍କ ଦ୍ୱାରା ଏହାକୁ ଆଗତ କରିବାକୁ କହିଥାନ୍ତି। କିନ୍ତୁ ସେହି ଦଳ ପାଖରେ ୫୦ ସାଂସଦଙ୍କ ସମର୍ଥନ ଥିବା ଆବଶ୍ୟକ। ଗୃହରେ ଏହା ଉପରେ ଆଲୋଚନା ହୋଇ ପାରେ ଏବଂ ପରେ ମତ ବିଭାଜନ କରାଯାଇପାରେ। ତେବେ ବର୍ତ୍ତମାନ ମୋଦି ସରକାରଙ୍କ ପାଖରେ ଥିବା ସଂଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ପ୍ରସ୍ତାବ ଆସିଲେ ସରକାରଙ୍କୁ କୌଣସି ବିପଦ ନାହିଁ। ବିଜେପି ନିଜେ ଏକୁଟିଆ ବହୁମତର ସଂଖ୍ୟା ଅତିକ୍ରମ କରିପାରିବ। ଏନଡିଏ  ସହଯୋଗୀମାନଙ୍କୁ ମିଶାଇଲେ ଏହି ସଂଖ୍ୟା ବହୁତ ଅଧିକ ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories