ଆରଡ଼ିରେ ବନ୍ୟା ପରିସ୍ଥିତି, ବିଭିନ୍ନ ଅଞ୍ଚଳକୁ ଯାତାୟତ ଠପ୍
ଆରଡ଼ି : ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ ରହିଛି । ବୋଦକା ନିକଟରେ ଆଖଣ୍ଡଳମଣୀ ରାସ୍ତା ଦବି ଯାଇଛି । ଯାଜପୁର ୨୦ ନମ୍ବର ଜାତୀୟ ରାଜପଥରେ ୩୦ ଫୁଟ୍ ଉଚ୍ଚର ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ସୁଦ୍ଧା ୨୪ ଗାଁ ବନ୍ୟା ଘରରେ ରହିଥିବା ଜଣାପଡିଛି । ଭଦ୍ରକ ଜିଲାର ଆରଡି,ମତ୍ତ,ଚାନ୍ଦବାଲି ଓ ଯାଜପୁର ଜିଲାକୁ ଯାତାୟତା ଠପ୍ ହୋଇ ଯାଇଛି । ଆରଡ଼ିର ପାନ୍ଥନିବାସ ସମେତ ଅନେକ ସ୍ଥାନରେ ବନ୍ୟା ଜଳପ୍ରବେଶ କରିବା ସହ ଏକାଧିକ ଚାଷ ଜମି ଜଳମଗ୍ନ ହୋଇଛି।