www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟସ୍ତରୀୟ ନେଟ୍ ବଲ୍ ପ୍ରତିଯୋଗିତା ଉଦଯାପିତ

ଚୌଦ୍ୱାର : ଚୌଦ୍ୱାର ନିକଟ ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟରନେସନାଲ ସ୍କୁଲ ପରିସରରେ ୨ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନେଟ୍ ବଲ୍ ଚମ୍ପିୟନସିପ୍  ରବିବାର ଦିନ ଉଦଯାପିତ ହୋଇ ଯାଇଛି । ମହିଳା ବିଭାଗରେ କଟକ ସଦର ଓ କଟକ ଜିଲା ଟିମ୍ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଟକ ଜିଲା ୧୯/୧୩ ଗୋଲରେ ବିଜୟ ହାସଲ କରିଥିଲେ। ସେହିପରି ପୁରୁଷ ବିଭାଗରେ କଟକ ସଦର ଓ କଟକର ଜାଗୁଳାଇ ଟିମ୍ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ କଟକ ସଦର ୧୪/୧୨ ଗୋଲରେ ବିଜୟୀ ହୋଇଥିଲେ । ମ୍ୟାଚ୍ ଗୁଡ଼ିକୁ ରୋଫେରୀ ଅଜୟ ମହାନ୍ତି, ସଂଗ୍ରାମ ବିଶ୍ୱାଳ, ଶିଶିର ଦାସ, ପ୍ରସନ୍ନ ଦାସ ଓ ଏମ୍. ଡି. ଆସିଫ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ଗଣେଶ ପ୍ରସାଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ରାଜ୍ୟ ନେଟ୍ ବଲ୍ ସଂଘର ସାଧାରଣ ସଂପାଦକ ପ୍ରମୋଦ କୁମାର ପଣ୍ଡା, ଯୁବ ସାମାଜିକ କର୍ମୀ ତୀର୍ଥାନନ୍ଦ ସୁବୁଦ୍ଧିରାୟ, ଲକ୍ଷ୍ମଣ ରାଉତ, ସତ୍ୟବ୍ରତ ଦାସ ଓ ସହଦେବ ବରାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଭୟ ବିଭାଗର ବିଜୟୀ ଓ ରନର୍ସଅପ୍ ଦଳଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ବୈକୁଣ୍ଠ ନାଥ ତାରେଣିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories