www.samajalive.in
Wednesday, December 10, 2025
14.1 C
Bhubaneswar

ମକରସଂକ୍ରାନ୍ତିର ପୌରାଣିକ କାହାଣୀ

ପୁରାଣ ଅନୁସାରେ ମକର ସଂକ୍ରାନ୍ତି ପାଳନ କରିବା ପଛରେ ଏକ କାହାଣୀ ରହିଛି। ଏହି ବିଶେଷ ଦିନ ଭଗବାନ ସୂର୍ଯ୍ୟ ତାଙ୍କ ପୁତ୍ର ଭଗବାନ ଶନିଙ୍କ ପାଖକୁ ଯାଇଥାଆନ୍ତି। ଏହି ସମୟରେ ଭଗବାନ ଶନି ମକର ରାଶିର ପ୍ରତିନିଧିତ୍ୱ କରୁଥାଆନ୍ତି। ଏହିଦିନ ପିତା ସୂର୍ଯ୍ୟ ଏବଂ ପୁତ୍ର ଶନିଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଥାଏ। ସେଥିପାଇଁ ପିତା ଏବଂ ପୁତ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ମକର ସଂକ୍ରାନ୍ତିର ମହତ୍ୱ ରହିଛି। ବିଶ୍ୱାସ ରହିଛି ଏହି ଦିନ ପିତା ପୁତ୍ର ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯାଇଥାଏ। ପିତା ପୁତ୍ର ମଧ୍ୟରେ ମନମାଳିନ୍ୟ ଥିଲେ ମଧ୍ୟ ସେମାନେ ଏହିଦିନ ଏକାଠି ହେବାଦ୍ୱାରା ସମସ୍ତ ମତଭେଦ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏହାବ୍ୟତୀତ ଏହି ବିଶେଷ ଦିନର ଅନ୍ୟ ଏକ ପୌରାଣିକ କଥା ରହିଛି ଯାହା ପିତାମହ ଭୀଷ୍ମଙ୍କ ଜୀବନୀ ସହ ଜଡିତ। ପୁରାଣ ଅନୁସାରେ ପିତାମହ ଭୀଷ୍ମଙ୍କୁ ଇଛା ମୃତ୍ୟୁର ବର ମିଳିଥିଲା।  ଯେଉଁ ସମୟରେ ସେ ଶରଶଯ୍ୟାରେ ଥିଲେ ସେହିସମୟରେ ସେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିକୁ ଅପେକ୍ଷା କରିଥିଲେ ଏବଂ ଏହିଦିନ ସେ ପ୍ରାଣତ୍ୟାଗ କରିଥିଲେ। ଏହିଭଳି ଭାବରେ ତାଙ୍କର ଏହି ବିଶେଷ ଦିନରେ ମୋକ୍ଷ ପ୍ରାପ୍ତି ହୋଇଥିଲା ବୋଲି ଏହିଦିନକୁ ମକର ସଂକ୍ରାନ୍ତି ଭାବେ ପଳାନ କରାଯାଇଥାଏ।

ଉପସ୍ଥାପନା- ରାଜେଶ କୁମାର ବେହେରା

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories