www.samajalive.in
Sunday, December 7, 2025
14.1 C
Bhubaneswar

ରାତି ଅଧରେ ଘୁରି ବୁଲୁଛି ସନ୍ଦିଗ୍ଧ ଯୁବତୀ! ପୁଲିସ ପାଖରେ ଖବର ନାହିଁ

ସମ୍ବଲପୁର: ସ୍ଥାନୀୟ ସାକ୍ଷୀପଡ଼ା ଅଞ୍ଚଳରେ ଜଣେ ସନ୍ଦିଗ୍ଧ ଯୁବତୀ ଘୁରି ବୁଲୁଥିବାବେଳେ ପୁଲିସ ନିକଟରେ ଏନେଇ କୌଣସି ଖବର ନ ଥିବାର ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ, ଜଣେ ଯୁବତୀ କିଛି ଦିନ ହେବ ଅଞ୍ଚଳରେ ରାତି ଅଧରେ ଘୁରି ବୁଲୁଥିବାର ଅଭିଯୋଗ ହୋଇ ଆସୁଥିଲା। ତେବେ ରବିବାର ରାତିରେ ସାକ୍ଷୀପଡ଼ାଠାରେ ଥିବା ଏକ୍ସିସ ବ୍ୟାଙ୍କ ପାଖ ଗଳିରେ ଲାଗିଥିବା ସିସିଟିଭିଗୁଡିକରେ ରାତ୍ରି ପ୍ରାୟ ୩ଟା ରୁ ୪ଟା ମଧ୍ୟରେ କଏଦ ହୋଇଥିବା ବିଭିନ୍ନ ଦୃଶ୍ୟରେ ଜଣେ ଯୁବତୀ ପ୍ରଥମେ ଏକ ଘର ଉପରୁ ତଳକୁ ଡେଇଁଥିଲେ। ଏହାପରେ ଉକ୍ତ ଘରର ପାଚେରୀ (ପ୍ରାୟ ୬ ଫୁଟ)କୁ ଡେଇଁ ଏଣେ ତେଣେ ବୁଲିବା ପରେ ବ୍ୟାଙ୍କ କଡରେ ଥିବା ଗଳିରେ ବେଶ୍ କିଛି ସମୟ ଧରି ବୁଲା ବୁଲି କରୁଥିଲେ। ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି ଯେ, ଯୁବତୀ ଜଣକ ଅଞ୍ଚଳ ସହିତ ବେଶ୍ ଭଲଭାବରେ ପରିଚିତ। ବୋଧହୁଏ କୌଣସି ଚୋରିର ଘଟଣା କିମ୍ବା ଅନ୍ୟ କିଛି ଅପରାଧିକ ଗତିବିଧିରେ ସେ ଲିପ୍ତ ଥାଇ ପାରନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଅପରପକ୍ଷରେ ଘର ଉପରୁ ଯୁବତୀ ଜଣକ ଡେଇଁବା ଏବଂ ଏହାପରେ ପ୍ରାୟ ୬ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ପାଚେରୀ ଡେଇଁବା ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏଥିରୁ ଅନୁମାନ କରାଯାଉଛି ଯେ, ଯୁବତୀ ଜଣକ ଜଣେ ବୃତ୍ତିଗତ ଅପରାଧି। ଏହି ଘଟଣା ଜଣାପଡ଼ିବା ଏବଂ ଭାଇରାଲ ହେବା ପରେ ଖବର ପୁଲିସ ପାଖକୁ ଯାଇଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଧନୁପାଲି ପୁଲିସ କହିଛି ଯେ, ଏଭଳି ଏକ ଘଟଣା ଘଟିଥିବାର ନଜରକୁ ଆସିଛି। ତେବେ ଏ ପର୍ଯ୍ୟନ୍ତ ଯୁବତୀର ପରିଚୟ ଜଣାପଡ଼ି ନ ଥିବାବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ କହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories