www.samajalive.in
Sunday, December 14, 2025
14.1 C
Bhubaneswar

ରଏଟର ସାମ୍ବାଦିକଙ୍କ ଆବେଦନର ଶୁଣାଣି କରିବେ ମ୍ୟାମାଁର ସୁପ୍ରିମକୋର୍ଟ

ୟାଙ୍ଗନ: ମ୍ୟାମାଁର ସୁପ୍ରିମକୋର୍ଟ ସେଠାକାର ଜେଲରେ ବନ୍ଦୀ ଜୀବନ କାଟୁଥିବା ରଏଟର ସମ୍ବାଦ ସରବରାହ ସଂସ୍ଥାର ଦୁଇ ସାମ୍ବାଦିକଙ୍କ ଆବେଦନର ମଙ୍ଗଳବାର ଶୁଣାଣି କରିବେ। ମ୍ୟାମାଁରର ପଶ୍ଚିମାଞ୍ଚଳରେ ସେନା କାର୍ଯ୍ୟକଳାପରେ ୧୦ଜଣ ରୋହିଜ୍ଞା ମୁସଲିମଙ୍କ ମୃତ୍ୟୁର ତଦନ୍ତ ଉପରେ ସମ୍ବାଦ ସଂଗ୍ରହ ପାଇଁ ଯାଇଥିବା ବେଳେ, ୨୦୧୭ ଡିସେମ୍ବରରେ ସାମ୍ବାଦିକ ୱା ଲୋନ(୩୩) ଏବଂ କ୍ୟାୱ ସୋଇ ଓ(୨୯)ଙ୍କୁ ଗିରଫ କରାଯାଇ ଗତ ୧୬ ମାସ ହେବ ଅଟକ ରଖାଯାଇଛି।

ସେଠାକାର ସର୍ବୋଚ୍ଚ ନ୍ୟାୟାଳୟ ଏହି ସାମ୍ବାଦିକମାନଙ୍କ ମାମଲା ବିଚାର ପାଇଁ ତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ଉପରେ ସେଠାକାର ସରକାର ଆରୋପ କରିଛନ୍ତି ଯେ ସେହି ଦୁଇଜଣ ସାମ୍ବାଦିକମାନଙ୍କଠାରୁ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲା ଭଳି ଗୋପନୀୟ କାଗଜପତ୍ର ଜବତ କରାଯାଇଛି। ତେବେ ଏକ ନିମ୍ନ କୋର୍ଟକୁ ଜଣେ ପୁଲିସ ଅଧିକାରୀ କହିଛନ୍ତି, ରଏଟରର ଦୁଇ ସାମ୍ବାଦିକଙ୍କ ବିରୁଦ୍ଧରେ ଗୋପନୀୟ କାଗଜପତ୍ର ରଖିବା ଅଭିଯୋଗ ଆଣିଥିଲେ ଓ ସେଥି ପାଇଁ ସେମାନଙ୍କୁ ୭ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

- Advertisement -

ସେହି ଦୁଇ ସାମ୍ବାଦିକମାନଙ୍କ ଦ୍ୱାରା ୨୦୧୮ରେ ପ୍ରସ୍ତୁତ କରାଯାଇଥିବା ଅନୁସନ୍ଧାନମୂଳକ ରିପୋର୍ଟ ଆନ୍ତର୍ଜାତିକ ରିପୋର୍ଟିଂ ପାଇଁ ପୁଲିଜର ପୁରସ୍କାର ପାଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories