www.samajalive.in
Sunday, December 14, 2025
23.1 C
Bhubaneswar

ଶ୍ରୀଲଙ୍କା ଆକ୍ରମଣକୁ ମୋଦୀଙ୍କ ନିନ୍ଦା, କହିଲେ ମୁଁ ଆତଙ୍କବାଦର ଦମନ କରିପାରିବି

ନୂଆଦିଲ୍ଲୀ: ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଓ ପଞ୍ଚ ତାରକା ହୋଟେଲରେ ହୋଇଥିବା ସିରିଜ ବୋମା ବିସ୍ଫୋରଣକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭୋଟରମାନେ ତାଙ୍କୁ ଦ୍ଵିତୀୟ ଥର ନିର୍ବାଚିତ କରିବା ଦରକାର କାରଣ ଭାରତ ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦର ସେ ହିଁ ଦମନ କରିପାରିବେ। ରବିବାର ସନ୍ଧ୍ୟାରେ ରାଜସ୍ଥାନରେ ଅନୁଷ୍ଠିତ ନିର୍ବାଚନୀ ରାଲିରେ ଉଦବୋଧନ ଦେଇ ମୋଦୀ ପଚାରିଥିଲେ, ଆତଙ୍କବାଦ ଶେଷ ହେବ ଉଚିତ କି ନୁହେଁ? କିଏ ସେ କାମ କରିପାରିବ? ମୋଦୀ ବ୍ୟତୀତ ଅନ୍ୟ କେହି ଏ କାମ କରିପାରିବ କି?

ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତୀୟ ଜନତା ପାର୍ଟି ଜାତୀୟ ସୁରକ୍ଷା ସମ୍ପର୍କିତ ପଦକ୍ଷେପକୁ ମୁଖ୍ୟ ଆୟୁଧ ରୂପେ ବ୍ୟବହାର କରି ଭୋଟରମାନଙ୍କୁ ସାମ୍ନା କରୁଥିବା ବେଳେ ଅନ୍ୟ ପ୍ରମୁଖ ବିରୋଧୀ ରାଜନୈତିକ ଦଳଗୁଡିକ କୃଷକ ସମସ୍ୟା, ବେରୋଜଗାରୀ ଭଳି ପ୍ରସଙ୍ଗ ଉପସ୍ଥାପନ କରୁଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories