www.samajalive.in
Saturday, December 6, 2025
17.1 C
Bhubaneswar

ଗିରଫ ହେଲେ କୋଟିପତି ଏମ୍‌ଭିଆଇ

ଭୁବନେଶ୍ଵର : ଗିରଫ ହେଲେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦା। ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢଉ କରିଥିଲା। ଏମ୍‌ଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କ କାର୍ଯ୍ୟାଳୟ, ଭଡ଼ା ଘର, ମୟୂରଭଞ୍ଜ ଓ ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଦଳ ଚଢ଼ଉ କରିଥିଲା। ଚଢ଼ଉରୁ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍‌, ନଗଦ ୨.୩୮ଲକ୍ଷ ଟଙ୍କା ଓ ପ୍ରାୟ ଅଧକୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ଡାକଘର ଜମା ସହ ସୁନା ବିସ୍କୁଟ ସହ ୧କିଲୋ ଓଜନର ସୁନାଗହଣା ମିଳିଥିଲା। ନଗଦ ୨ ଲକ୍ଷ ୩୮ ହଜାରରୁ ଅଧିକ ଟଙ୍କା ସହ ବ୍ୟାଙ୍କ ଓ ଡାକଘର ଜମା ବାବଦରେ ୧କୋଟି ୩୪ଲକ୍ଷ ଟଙ୍କା ଠାବ କରାଯାଇଥିବାବେଳେ ଝିଅର ଡାକ୍ତରୀ ଶିକ୍ଷା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ସହ ଅନ୍ୟାନ୍ୟ ଜମା ଓ ନିବେଶର ପ୍ରମାଣ ମିଳିଛି। ଏଥିସହିତ ୫୦ଗ୍ରାମ ଲେଖାଏଁ ଓଜନର ୨ଟି ସୁନା ବିସ୍କୁଟ ସହ ୧କିଲୋ ଓଜନର ସୁନା ଅଳଙ୍କାର, ୨କିଲୋ ରୁପା ଅଳଙ୍କାର, ଗୋଟିଏ ୪ ଚକିଆ ଓ ୩ଟି ୨ଚକିଆ ଗାଡ଼ି, ମୟୂରଭଞ୍ଜ ଜିଲାରେ ଏକ ଦୁଇ ମହଲା କୋଠା ସହ ବିଭିନ୍ନ ସ୍ଥାନରେ ମୋଟ ୪୪ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି। ଏମ୍‌ଭିଆଇ ହାଁସଦା ୧୯୯୧ରେ ସରକାରୀ ଚାକିରିରେ ଆଇପିଓ ଭାବେ ଯୋଗଦେଇ ସମ୍ବଲପୁର ଓ ଦେବଗଡ଼ ଜିଲାରେ କାର୍ଯ୍ୟ କରିଥିଲେ। ୨୦୦୩ ରେ ତାଙ୍କୁ କନିଷ୍ଠ ଏମ୍‌ଭିଆଇ ଭାବେ ପଦୋନ୍ନତି ମିଳିବା ସହ ସୁନ୍ଦରଗଡ଼ ଟପରିଆ ଚେକ୍‌‌ଗେଟ୍‌‌ ଓ ସମ୍ବଲପୁର ଲକ୍ଷ୍ମୀଡ଼ୁଙ୍ଗୁରୀ ଚେକ୍‌‌ଗେଟ୍ ଦାୟିତ୍ୱ ମିଳିଥିଲା। ସେହି ସମୟରେ ସେ ବେଆଇନ ଉପାୟରେ ବିପୁଳ ଅର୍ଥ ରୋଜଗାର କରିଥିବା ଭିଜିଲାନ୍ସ ଅନୁମାନ କରୁଛି। ପରେ ହାଁସଦା ମୟୂରଭଞ୍ଜ ଓ ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାମ କରିଥିଲେ। ୨୦୨୦ରେ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇ ସେ ବୌଦ୍ଧ ଜିଲାରେ ଯୋଗ ଦେଇଥିଲେ। ସଂପ୍ରତି ସେ ମାସିକ ୧ ଲକ୍ଷ ୮ ହଜାର ଟଙ୍କା ଦରମା ପାଉଛନ୍ତି। ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ନିର୍ଦେଶ ଦେଇଥିଲେ। ଚଢ଼ଉରେ ଭିଜିଲାନ୍ସ ବିଭାଗର ୪ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର୍ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories