www.samajalive.in
Monday, December 15, 2025
27.1 C
Bhubaneswar

ମଟନ ଆଳୁ ଛଣା

ଆବଶ୍ୟକ ସାମଗ୍ରୀ
ମଟନ – ୩୦୦ ଗ୍ରାମ ( କିମା ହୋଇଥିବା)
ପିଆଜ – ୧ଟି (କଟା ହୋଇଥିବା)
ସିଝା ଆଳୁ – ୨ଟି
କର୍ଣ୍ଣଫ୍ଲୋର – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଅଦା ରସୁଣ ବଟା – ୩ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ, କଞ୍ଚା ଲଙ୍କା ,କିମା ହୋଇଥିବା ମଟନକୁ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଚାର୍ଟ ମସଲା, ଗରମ ମସଲା ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ଧନିଆପତ୍ର ଓ ୧କପ ପାଣି ଦେଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଏବେ ଏଥିରେ ସିଝା ଆଳୁକୁ ପକାଇ ମିଶାଇବା ସହ ସାମାନ୍ୟ ଲୁଣ, ୨ ଚାମଚ କର୍ଣ୍ଣଫ୍ଲୋର କୁ ପାଣିରେ ମିଶାଇ ଏହି ମିଶ୍ରଣରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତୁତ କରିଥିବା ମିଶ୍ରଣରୁ ହାତରେ ଗୋଲ କିମ୍ବା ଲମ୍ବା ଆକୃତିର କରି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମଟନ ଆଳୁ ଛଣା କଟା ପିଆଜ ଓ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories