www.samajalive.in
Thursday, December 11, 2025
16.1 C
Bhubaneswar

୧୦ ଫୁଟ ଉଚ୍ଚର ପଥର; ତା’ ଉପରେ ଅଟକି ରହିଛି ବୋଟ୍‍

ନ୍ୟୁଜର୍ସି: ସମୁଦ୍ର ଭିତରେ ୧୦ ଫୁଟ ଉଚ୍ଚତାର ଏକ ପ୍ରଶସ୍ତ ପଥର ଖଣ୍ଡ। ତାହା ଉପରେ ଅଟକି ରହିଛି ଏକ ବୋଟ୍‍। ଏହାକୁ ଦେଖିଲେ ଯେ କେହି ଭାବିବେ ହୁଏତ ବୋଟ୍‍ କୁ କେହି ଟେକିନେଇ ସେହି ପଥର ଖଣ୍ଡ ଉପରେ ରଖିଥାଇପାରେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଭଳି କରାଯାଇଥାଇପାରେ। ନହେଲେ ବୋଟକୁ କିଏ କାହିଁକି ଏତେ ଉଚ୍ଚ ପଥର ଉପରକୁ କିଏ ଉଠାଇବେ। ତେବେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହାକୁ ସେହି ପଥର ଉପରେ କେହି ମଣିଷ ରଖିନାହାନ୍ତି। ତାହା ଆପେ ଆପେ ସେହିଠାରେ ଅଟକି ଯାଇଛି। ଅବଶ୍ୟ ବୋଟ ଉଡିଯାଇ ସେଠାରେ ଅଟକି ନାହିଁ, ଏକଥା ସତ।

 

- Advertisement -

ମିଳିଥିବା ରିପୋର୍ଟ ଅନୁଯାୟୀ ଆମେରିକା ଉପକୂଳରେ ଏହି ବୋଟ ଯାଉଥିବା ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ଥିଲା। ସେତେବେଳେ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିଲା। ସେହି ଜୁଆରରେ ବୋଟ ଚାଲିଥିବାବେଳେ କେଉଁଠି ପଥର ଖଣ୍ଡ କି କଣ ରହିଛି ତାହା ଜାଣିବା କଷ୍ଟକର ଥିଲା। ଉଚ୍ଚ ଜୁଆର କାରଣରୁ ୧୦ ଫୁଟ ଉଚ୍ଚର ପଥର ଖଣ୍ଡ ମଧ୍ୟ ଉପରକୁ ଦେଖାଯାଉନଥିଲା। ବୋଟ ସେହିବାଟ ଦେଇ ଯିବା ସମୟରେ ତାହାର ନିମ୍ନ ଭାଗ ପଥର ଖଣ୍ଡରେ ଲାଗିଯାଇଥିଲା। ଫଳରେ ବୋଟ ସେହିଠାରେ ଅଟକି ରହିଥିଲା। ସମୁଦ୍ର ଶାନ୍ତ ହେବାପରେ ଯେତେବେଳେ ଜୁଆର କମିଲା, ସେତେବେଳେ ପଥର ଖଣ୍ଡ ସମୁଦ୍ର ପତନ ଉପରେ ୧୦ ଫୁଟ ଉଚ୍ଚରେ ରହିଥିଲା। ତାହା ଉପରେ ବୋଟ ସେହିଭଳି ଲାଗି ରହିଥିଲା। ତେବେ ବୋଟ ସେଠାରେ ଲାଗିଯିବା ପରେ ସେଥିରେ ଥିବା କର୍ମଚାରୀ ତୁରନ୍ତ ସ୍ଥାନୀୟ ତଟରକ୍ଷୀ ବାହିନୀକୁ ଖବର ଦେଇଥିଲେ। ତଟରକ୍ଷୀ ବାହିନୀର କର୍ମଚାରୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories