www.samajalive.in
Sunday, December 7, 2025
14.1 C
Bhubaneswar

କ୍ରିମ ଛତୁ ଭଜା

ଆବଶ୍ୟକ ସାମଗ୍ରୀ
ଛତୁ – ୪୦୦ ଗ୍ରାମ
କଟା ଟମାଟୋ – ୩ଟି
କଟା ଧନିଆପତ୍ର – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଚିଲି ସସ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ବଟର – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ଅଳ୍ପ
କ୍ରିମ – ୧ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏକ ପାତ୍ରରେ ଧୁଆ ହୋଇଥିବା ଛତୁ, ଲୁଣ, ହଳଦୀ ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ତେଲ, ଚିଲି ସସ , ଟମାଟୋ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ବଟର ପକାନ୍ତୁ। ବଟର ପକାଇବା ପରେ ଗୋଳାଇ ରଖିଥିବା ଛତୁକୁ ପକାଇ ଭଲ ଭାବେ ଭାଜନ୍ତୁ। କିଛି ସମୟ ଭାଜିବା ପରେ ସାମାନ୍ୟ ଲୁଣ, ଲଙ୍କା ଗୁଣ୍ଡ, ପାଣି ଦେଇ ୨ ମିନିଟ ଫୁଟାନ୍ତୁ। ୨ ମିନିଟ ପରେ ୧ ଚାମଚ କ୍ରିମ ପକାଇ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କ୍ରିମ ଛତୁ ଭଜା।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories