www.samajalive.in
Saturday, December 13, 2025
27.1 C
Bhubaneswar

ପାରିବାରିକ କଳହରୁ ନିର୍ମମ ହତ୍ୟାକାଣ୍ଡ – କଟା ମୁଣ୍ଡ ସହ ଅଭିଯୁକ୍ତର ଆତ୍ମସର୍ମପଣ

ସମ୍ବଲପୁର: ସମ୍ବଲପୁର ସହରର ଉପକଣ୍ଠସ୍ଥ ଭାଲୁପାଲୀ ଗ୍ରାମର ତିଳେଇମାଲ ଅଞ୍ଚଳରେ ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ସର୍ମ୍ପକୀୟ ଭାଇକୁ ନିର୍ମମ ଭାବରେ ହତ୍ୟା କରି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଖବର ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପଟରେ ଅଭିଯୁକ୍ତ କଟା ମୁଣ୍ଡ ଓ ରକ୍ତ ଲଗା ଟାଙ୍ଗିଆ ସହିତ ଅଇଁଠାପାଲି ଥାନାରେ ଘଟଣା ଆତ୍ମସର୍ମପଣ କରିଛି। ପୁଲିସ ଏ ନେଇ ଅଇଁଠାପାଲି ଥାନାରେ ମାମଲା ନଂ ୨୪୦/୨୦୧୯ ରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଉଜ୍ୱଳକୁ ଗିରଫ କରି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ କଟା ମୁଣ୍ଡକୁ ଜବତ କରିଛି।

ପ୍ରାପ୍ତ ସୂଚନାନୁଯାୟୀ, ଗତ ସୋମବାର ରାତିରେ ଗରମ ହେଉଥିବାରୁ ଭାଲୁପାଲୀ ତିଳେଇମାଲ ପଡା ନିବାସୀ ସତ୍ୟନାରାୟଣ ମୁଣ୍ଡା (୩୮) ଘର ଦୁଆରେ ମଶାରୀ ଟାଣି ଶୋଇଥିଲେ। ସକାଳୁ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀ ମୁଣ୍ଡା ଉଠି ଘରୁ ବାହାରକୁ ବାହାରିବା ପରେ କେହି ଜଣେ ଦୃବୃତ୍ତ ତାଙ୍କର ସ୍ୱାମୀ ସତ୍ୟନାରାୟଣଙ୍କୁ ହତ୍ୟା କରିବା ସହ ବେକ କାଟି ନେଇଯାଇଥିବାର ଦେଖିବାକୁ ପାଇଥିଲେ। ଏଣୁ ଲକ୍ଷ୍ମୀ ତୁରନ୍ତ ନିକଟରେ ଥିବା ତାଙ୍କ ବାପ ଘରକୁ ଦୌଡି ଦୌଡି ଯାଇ ଘଟଣା ସର୍ମ୍ପକରେ ଜଣାଇଥିଲେ। ଏହା ପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସାଇନ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ହତ୍ୟାକାଣ୍ଡର ସୁରାକ ତଥା କଟା ମୁଣ୍ଡକୁ ଖୋଜିବା ଆରମ୍ଭ କରାଯାଇଥିଲା। ଇତି ମଧ୍ୟରେ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜିଲା ଆରକ୍ଷୀ ଅଧିକ୍ଷକ ସଞ୍ଜୀବ ଅରୋରା, ସଦର ଏସଡିପିଓ ଭବାନୀ ଶଙ୍କର ଉଦଗାଥା, ଅଇଁଠାପାଲୀ ଥାନାଧିକାରୀ ଚିନ୍ତାମଣି ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିକ ସ୍ଥିତି ଯାଞ୍ଚ କରିଥିଲେ। ତେବେ ସେହି ସମୟରେ ମୃତ ବ୍ୟକ୍ତିଙ୍କର ମୁଣ୍ଡ ଖୋଜିବା ପୁଲିସ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରିଥିଲା। ଏଣୁ ଦୁଇ ପ୍ଲାଟୁନ ପୁଲିସ ସହିତ ସ୍ଥାନୀୟ ଯୁବକମାନେ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଭଳି କଟା ମୁଣ୍ଡ ଖୋଜିବାରେ ଲାଗି ପଡିଥିଲେ। ଘଣ୍ଟା ଘଣ୍ଟା ଧରି ଖୋଜିବା ସତ୍ୱେ କଟା ମୁଣ୍ଡର ସନ୍ଧାନ ପାଇ ପାରି ନ ଥିଲେ।

- Advertisement -

ପୁର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୃତ ସତ୍ୟ ନାରାୟଣଙ୍କର କକା ପୁଅ ଭାଇ ଉଜ୍ୱଳ ମୁଣ୍ଡା (୪୨) ଅଇଁଠାପାଲି ଥାନା ସମ୍ମୁଖରେ ଗେଟ ପାଖରେ ବସିଥିବାର ପୁଲିସ ଦେଖିବାକୁ ପାଇଥିଲା। କଣ ପାଇଁ ବସିଛ ବୋଲି ଜଣେ ପୁଲିସ କର୍ମଚାରୀ ପଚାରିବାରୁ, ସେ କହିଥିଲେ ଯେ, ମୁଁ ସତ୍ୟନାରାୟଣକୁ ମାରି ଦେଇଛି ଓ ତାର କଟା ମୁଣ୍ଡକୁ ଧରି ଆସିଛି। ସେ ଆତ୍ମସର୍ମପଣ କରିବ ବୋଲି କହିଥିଲା। ପରେ ସେ ପୁଲିସକୁ କଟା ମୁଣ୍ଡକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଆଣିଥିବାର ଦେଖାଇଥିଲା। ସାଥିରେ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ମଧ୍ୟ ଆଣିଥିଲେ। ଉଜ୍ୱଳ କଟା ମୁଣ୍ଡ ସହିତ ଆତ୍ମସର୍ମପଣ କରିବା ପରେ ପୁଲିସ କଟା ମୁଣ୍ଡକୁ ନେଇ ଆଇନ ଅନୁଯାୟୀ ତଦନ୍ତ କରିବାକୁ ଘଟଣାସ୍ଥଳକୁ ଯାଇଥିଲା। ଆଇନ ଅନୂଯାୟୀ ପ୍ରକ୍ରିୟା ପୂରଣ ପରେ ସତ୍ୟନାରାୟଣଙ୍କର ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ପୁଲିସ ପଠାଇଛି।

ଏ ସର୍ମ୍ପକରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା କହିଛନ୍ତି ଯେ, ମୃତ ବ୍ୟକ୍ତି ଓ ଅଭିଯୁକ୍ତଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ବୋଲି ପୁଲିସ ତଦନ୍ତରେ ଜଣାପଡିଛି। କିଛି ଦିନ ପୁର୍ବରୁ ସତ୍ୟନାରାୟଣ ଓ ଉଜ୍ୱଳ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ହୋଇଥିଲା। ଏଣୁ ରାତି ପ୍ରାୟ ୩ଟାରୁ ୪ଟା ମଧ୍ୟରେ ଉଜ୍ୱଳ ଟାଙ୍ଗିଆ ସାହାର୍ଯ୍ୟରେ ସତ୍ୟନାରାୟଣଙ୍କର ବେକକୁ କାଟି ଦେଇଥିଲା। ଘଟଣା ପରେ ଉଜ୍ୱଳ ଫେରାର ଥିବାରୁ ତାର ଘର ଯାଞ୍ଚ ସମୟରେ ରକ୍ତ ଭିଜା ଲୁଙ୍ଗି ଓ ରକ୍ତ ଭିଜା ଏକ ଟାଙ୍ଗିଆ ପୁଲିସ ଜବତ କରିଥିଲା। ଅଭିଯୁକ୍ତକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଭବାନୀ କହିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories