କଟକ: ରାଜ୍ୟର ପୂର୍ବତନ ଜାତୀୟ ସ୍ତରର ଫୁଟବଲ ଖେଳାଳି ମହମ୍ମଦ ସମସାଦ ଖାନଙ୍କ ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ରାଜ୍ୟ ପକ୍ଷରୁ ଅନେକ ଥର ପ୍ରତିନିଧିତ୍ଵ କରିଥିବା ବେଳେ କେତେକ କ୍ଲବ ପାଇଁ ମଧ୍ୟ ଖେଳିଥିଲେ।
ସେ ଭାରତୀୟ ଡାକ ବିଭାଗରେ କାର୍ଯ୍ୟ କରୁଥିଲେ। ମୃତ୍ୟୁ ଶଯ୍ୟାରେ ତାଙ୍କ ପତ୍ନୀ, ତିନି ପୁଅ ଓ ଝିଅ ଉପସ୍ଥିତ ଥିଲେ।



