ପାଟଣା: କେନ୍ଦୁଝର ହଳଦି ବଟା ରାସ୍ତାରେ ମଙ୍ଗଳବାର ୧ଲକ୍ଷ ୯୦ହଜାର ଟଙ୍କା ଲୁଟ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବଡବିଲ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ କୃଷ୍ଣ ଚନ୍ଦ୍ର ମହାନ୍ତ(୫୫) ନାମକ ବ୍ୟକ୍ତି ୧ଲକ୍ଷ ୯୦ହଜାର ଟଙ୍କା ଉଠାଇ ଥିଲେ। ସେ ଟଙ୍କାକୁ ଏକ ବ୍ୟାଗରେ ଭର୍ତ୍ତି କରି ସାଢ଼େ ୩ଟା ସମୟରେ ସାଇକେଲ ଯୋଗେ ବେଗେନା ନିକଟ ଲକ୍ଷୀପଶି ଗ୍ରାମକୁ ଫେରୁଥିବା ବେଳେ ତାଙ୍କୁ ବ୍ୟାଙ୍କ ନିକଟରୁ ଏକ କଳା ପଲସରରେ ପିଛା କରି ଆସୁଥିବା ଦୁଇ ଯୁବକ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ।
ସେମାନେ କୃଷ୍ଣ ଚନ୍ଦ୍ରଙ୍କୁ ଧକ୍କା ମାରି ତଳେ ପକାଇ ଦେବା ସହ ସାଇକେଲରୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଛୁ ମାରିଥିଲେ। ପାଟଣା ଥାନାଧିକାରିଣୀ ପୁଷ୍ପାଞ୍ଜଳି ସାମନ୍ତରାୟ ଓ ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଘଟଣାର ତଦନ୍ତ କରୁଛନ୍ତି।



