www.samajalive.in
Saturday, December 6, 2025
14.1 C
Bhubaneswar

ବିଧାୟକ ହତ୍ୟାକାଣ୍ଡ ଘଟଣା; ୩ ମାଓବାଦୀଙ୍କ ଫଟୋ ଜାରି

ବିଶାଖାପାଟଣା: ଟିଡିପି ବିଧାୟକ କେ.ସର୍ବେଶ୍ବର ରାଓ ଏବଂ ପୂର୍ବତନ ଟିଡିପି ବିଧାୟକ ଶିବେରି ସୁମାଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିବା ୩ ଜଣ ସନ୍ଦିଗ୍ଧଙ୍କ ଫଟୋ ପୁଲିସ ପକ୍ଷରୁ ଜାରି କରାଯାଇଛି । ସେମାନେ ହେଲେ ସିପିଆଇ (ମାଓବାଦୀ ) ନେତା ଜଳମୁରି ଶ୍ରୀନୁ ବାବୁ ଓରଫ ସୁନିଲ ଓରଫ ରିଆନୁ, କମଳେଶ୍ୱରୀ ଓରଫ ସ୍ୱରୁପା ଏବଂ ଭେଙ୍କଟ ରବି ଚୈତନ୍ୟ ଓରଫ ଅରୁଣା । ଏମାନେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ବିଶାଖାପାଟଣା ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି ।

ପୁଲସ ସୂଚନା ଅନୁଯାୟୀ, ଜଳମୁରି ଶ୍ରୀନୁ ବାବୁ ଦେବପାଳମ ଗାଁର ହୋଇଥିବା ବେଳେ କମଳେଶ୍ୱରୀ ଭୀମାଭରମ ଗାଁର ଏବଂ ଭେଙ୍କଟ ରବି ଚୈତନ୍ୟ କାରକବଣି ପାଲେମ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

- Advertisement -

ସୂଚନାଯୋଗ୍ୟ, ଗତ ୨୩ ତାରିଖ ଅପରାହ୍ନରେ କେ.ସର୍ବେଶ୍ବର ରାଓ ଏବଂ ଶିବେରି ସୁମା ଡୁମୁରିଗୁଡାରୁ ଏକ ବିବାହ ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ତଟାଙ୍ଗୀ ନିକଟରେ ପ୍ରାୟ ୬୦ ଜଣ ମାଓବାଦୀ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories