www.samajalive.in
Sunday, December 7, 2025
15.1 C
Bhubaneswar

କଞ୍ଚାଲଙ୍କା ଖାଆନ୍ତୁ, ଅନେକ ରୋଗ ଦୂର କରନ୍ତୁ

ଖାଦ୍ୟକୁ ଟିକେ ଚଟ୍‍ପଟା କରିବା ପାଇଁ ଆମେ ସେଥିରେ ସାମାନ୍ୟ ଲଙ୍କା ପକାଇ ଥାଆନ୍ତି। ତେବେ ରାଗ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ରାଗ ଖାଇବାକୁ ଭଲ ପାଆନ୍ତି, ତାହେଲେ ଆପଣଙ୍କ ଏହି ଅଭ୍ୟାସ ସବୁବେଳେ ଆପଣଙ୍କୁ ଫିଟ୍ ରଖିବାରେ ସାହାଯ୍ୟ କରିବ।
କାରଣ ସାମାନ୍ୟ ରାଗ ଖାଇବା, ବିଶେଷ କରି କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏଥିରେ ଥିବା କିଛି ଔଷଧିୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରାଇଥାଏ। ଅନେକ ବଡ଼ ବଡ଼ ରୋଗର ମୁକାବିଲା ପାଇଁ ଶକ୍ତି ମଧ୍ୟ ଯୋଗାଇ ଥାଏ। ତେବେ ଆସନ୍ତୁ ଜାଣିବା କଞ୍ଚାଲଙ୍କା ଆମର କ’ଣ ଉପକାର କରିଥାଏ।
ଓଜନ କମାଇ ଥାଏ – କଞ୍ଚାଲଙ୍କାରେ ଭରପୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ତେଣୁ ଏହା ଶରୀରର ମେଟାବୋଲିଜିମ୍କୁ ବଢ଼ାଇଥାଏ ଫଳରେ ଆମ ଶରୀରର ଓଜନ ହ୍ରାସ ହୋଇଥାଏ।
ମୁଡ଼୍‍ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ – କଞ୍ଚା ଲଙ୍କା ଖାଇବା ଦ୍ୱାରା ଆମ ଶରୀରରେ ଏଣ୍ଡ୍ରୋଫିନ୍ସ ନାମକ ଏକ ରାସାୟନିକ ପଦାର୍ଥ କ୍ଷରଣ ହୋଇଥାଏ। ଏହା ଆମ ମୁଡ୍ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଥିବା ଏନଜାଇମ୍କୁ ସକ୍ରିୟ ବା ଅଧିକ ଶକ୍ତିଶାଳୀ କରିଦିଏ। ଯାହାଦ୍ୱାରା ଆମର ମୁଡ୍ ବାରମ୍ବାର ପରିବର୍ତ୍ତନ ହୁଏ ନାହିଁ।
ମଧୁମେହ – ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଲଙ୍କା ଅନେକ ଲାଭଦାୟୀ। କାରଣ ଏଥିରେ ଥିବା ଔଷଧୀୟ ତତ୍ତ୍ୱ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ।
ରକ୍ତ ଶ୍ରାବ ବନ୍ଦ କରେ- ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ କଞ୍ଚାଲଙ୍କା ପଡ଼ିଥିବା କିଛି ଖାଦ୍ୟ ଖାଇଦିଅନ୍ତୁ। ଏଥିରେ ଥିବା ଭିଟାମିନ୍ ‘କେ’ ରକ୍ତକୁ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ। ଫଳରେ ଆଉ ରକ୍ତଶ୍ରାବ ହୁଏନାହିଁ।
ହୃତ୍ସ୍ପନ୍ଦନ ଶୃଙ୍ଖଳିତ କରିଥାଏ – କଞ୍ଚାଲଙ୍କାରେ ଭରପୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକୁ ବେଟା କେରୋଟିନ୍‍ କୁହାଯାଏ। ଏହା ହୃତ୍ସ୍ପନ୍ଦନକୁ ଶୃଙ୍ଖଳିତ କରିଥାଏ ।
ହାଡକୁ ଦୃଢ କରିଥାଏ – କଞ୍ଚାଲଙ୍କାରେ ଭିଟାମିନ୍ ‘ଏ’ ପ୍ରଚୁର ଥାଏ। ଏଗୁଡ଼ିକ ଆମ ଶରୀରର ହାଡ଼ଗୁଡ଼ିକୁ ମଜ୍‍ବୁତ୍‍ କରିଥାଏ। କେବଳ ହାଡ଼ ନୁହେଁ ଏହା ଆମ ଦାନ୍ତକୁ ମଧ୍ୟ ସୁସ୍ଥ ଓ ମଜଭୁତ ରଖିଥାଏ।
ସାଇନସ୍ ସମସ୍ୟା ଦୂର କରେ – କଞ୍ଚାଲଙ୍କାରେ ଥିବା କ୍ୟାପ୍ସାଇସିନ୍‍ ନାକ ଓ ସାଇନସ୍ ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ଯାହା ସାମାନ୍ୟ ଥଣ୍ଡା ଓ ସାଇନସ୍ ସଂକ୍ରମଣ ସହ କଡ଼ା ମୁକାବିଲା କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories