“ଖାଦ୍ୟବିଜ୍ଞାନର ପରିଭାଷା ପରିବର୍ତ୍ତନଶୀଳ”
ନବରଙ୍ଗପୁର: ଖାଦ୍ୟବିଜ୍ଞାନର ପରିଭାଷା ଅନେକ ମାତ୍ରାରେ ପରିବର୍ତ୍ତନ ହୋଇଛି ଏବଂ ଏହା ଆଗକୁ ଅଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଜାତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନର ନିର୍ଦ୍ଦେଶକ ଡଃ.ଅମୂଲ୍ୟ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି। “ମୁଁ ବି ସମର୍ଥ” ନବମଭାଗ କ୍ୟାରିୟର ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ଖାଦ୍ୟବିଜ୍ଞାନ ଓ ପ୍ରତିରକ୍ଷା ବିଜ୍ଞାନରେ ଅନେକ ପରିବର୍ତ୍ତନ ଘଟିଛି। ଜନସଂଖ୍ୟା ବୃଦ୍ଧି ଓ ପରିବେଶଗତ ସମସ୍ୟାକୁ ଦୃଷ୍ଟିରେ ରଖି ଖାଦ୍ୟବିଜ୍ଞାନ ଓ କୈାଶଳରେ ଆସନ୍ତା ଦିନରେ ଅନେକ ପରିବର୍ତ୍ତନ ଘଟିବ। ତେଣୁ ଖାଦ୍ୟ ବିଜ୍ଞାନରେ କ୍ୟାରିୟର ସୁଯୋଗ ଅନେକ ମାତ୍ରାରେ ବୃଦ୍ଧି ଘଟିବ ବୋଲି ଡଃ.ପଣ୍ଡା ପ୍ରକାଶ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ପେଷଣ ସଂସ୍ଥା ବେଷ୍ଟ ନ୍ୟୁଟ୍ରିସନ ପ୍ରଡକ୍ଟସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ.ଅଭୟକୁମାର ପତି ବୃକ୍ଷଲତାରେ ପ୍ରତିରୋଧକ ଶକ୍ତି ରହିଥିବାରୁ ଔଷଧୀୟ ବୃକ୍ଷର ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ବିକାଶ ଶୀଳ ରାଷ୍ଟ୍ରରେ ଅନେକରୁ ଅଧିକ ଚାହିଦା ବୃଦ୍ଧି ପାଇଥିବାରୁ ଖାଦ୍ୟବିଞାନର ପରିଭାଷାରେ ପରିବର୍ତ୍ତନ ଘଟିଛି। ବିଦ୍ୟାର୍ଥୀଙ୍କର ପାଇଁ ଏହି ବିଜ୍ଞାନରେ କର୍ମନିଯୁକ୍ତିି ମଧ୍ୟବୃଦ୍ଧି ପାଇବ ବୋଲି ଡଃ.ପତି ପ୍ରକାଶ କରିଛନ୍ତି। ଗୁଜୁରାଟସ୍ଥିତ ଇଞେନିୟମ ନେଚରର ନିର୍ଦ୍ଦେଶକ ଡଃ.ଏନ.ଏନ.ମିଶ୍ର ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକ ତଥା ଔଦଗିକ ଅନୁସନ୍ଧାନ ସଂସ୍ଥାନ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂପର୍କରେ କହିଥିଲେ। କେନ୍ଦ୍ରୀୟ ଖାଦ୍ୟ କୈାଶଳ ଗବେଷଣା ସଂସ୍ଥାନ,ହାଇଦ୍ରାବାଦର ପ୍ରଧାନବୈଜ୍ଞାନିକ ଡଃ.ଜ୍ୟୋତିର୍ମୟୀ ଭାଗନେଇ ସିଏଫଟି ଆରଆଇରେ ରହିଥିବା ଅନେକ ଜ୍ଞାନକୈାଶଳ ଗବେଷଣାରେ ଔଦ୍ୟୋଗିକଙ୍କର ପାଇଁ ସୁଯୋଗ ସଂପର୍କରେ କହିଥିଲେ। ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟଅଫ୍ ଟେକନୋଲଜୀ, ରାଉରକେଲାର ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ମୁଖ୍ୟ ପ୍ରଫେସର ରାମଚନ୍ଦ୍ର ପ୍ରଧାନ, ଏନଆଇଟିରେ ଖାଦ୍ୟ ଇଞ୍ଜିନିୟରିଂରେ ରହିଥିିବା ସୁବିଧା ଓ ଜ୍ଞାନ କୌଶଳ ବିନିଯୋଗରେ ଉଦ୍ୟୋଗୀଙ୍କୁ କର୍ମସଂସ୍ଥାନ ମିଳିପାରିବ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମକୁ “ମୁଁ ବି ସମର୍ଥ” କାର୍ଯ୍ୟକ୍ରମର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ପରିଚାଳନା କରିଥିଲେ। ରାଜ୍ୟ ବିଭିନ୍ନ ଜିଲା ଛାତ୍ରଛାତ୍ରୀ ସହ ବିଭିନ୍ନ ପ୍ରଦେଶର ବିଦ୍ୟାର୍ଥୀମାନେ ଭାଗ ନେଇ ସେମାନଙ୍କର କ୍ୟାରିୟର ସମ୍ବନ୍ଧୀୟ ପ୍ରଶ୍ନ ପଚାରି ବୁଝିଥିଲେ।
Comments are closed.