www.samajalive.in
Saturday, December 6, 2025
14.1 C
Bhubaneswar

ସର୍ଟସାର୍କିଟ୍ ରୁ ମହିଳା ଗୁରୁତର, କଟକ ସ୍ଥାନାନ୍ତର 

କେଶଦୁରାପାଳ : ସର୍ଟସାର୍କିଟ୍ ରୁ ଜଣେ ମହିଳା ଗୁରୁତର  ହୋଇ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ ପରେକଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ ଶାଳପଡା ଛକର ଭରତ ଚନ୍ଦ୍ର ପାତୀଙ୍କ ଘରେ ଭଦ୍ରକ ଅଂଚଳର ମଲ୍ଲୀ ସେଠୀ (୨୮) ଦୀର୍ଘ ଦିନ ଧରି କାମ କରୁଥିବା ବେଳେ ଆଜି ଘରର ଛାତ ଉପରକୁ ଲିମ୍ବ ଶାଗ ତୋଳିବା ପାଇଁ ଯାଇଥିଲା ଲିମ୍ବଡାଳ ଭାଙ୍ଗିବା ପାଇଁ ଗଛକୁ ବଢିଥିବା ବେଳେ ନିକଟରେ ଯାଇଥିବା ବିଦ୍ୟୁତ୍ ତାର ଗଛ ସଂସ୍ପର୍ଶ ରେ ଆସିଥିଲା ଫଳରେ ମଲ୍ଲି ସର୍ଟସର୍କିଟ୍ ଯୋଗୁଁ ଛିଟିକି ଛାତରେ ପିଟି ହୋଇ ସଂଜ୍ଞାହୀନ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ମଲ୍ଲିକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିବା ବେଳେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ମଲ୍ଲିକୁ କଟକ ସ୍ଥାନାନ୍ତର ଯାଇଥିବା ଜଣାପଡ଼ିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories