www.samajalive.in
Saturday, December 6, 2025
16.1 C
Bhubaneswar

କାର୍ତ୍ତିକ ମାସର ପ୍ରଥମ ସୋମବାର, ବିନା ଭକ୍ତରେ ମନ୍ଦିରରେ ହେଲା ପୂଜା ପଦ୍ଧତି

ଫୁଲବାଣୀ : କାର୍ତ୍ତିକ ମାସର ପ୍ରଥମ ସୋମବାର। ଏଥି ସହିତ ପବିତ୍ର କାର୍ତ୍ତିକ ମାସ।ଧର୍ମ ମାସ ଭାବେ ପରିଚିତ। କରୋନା କଟକଣା ଯୋଗୁଁ ଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଜିଲାର କୌଣସି ମନ୍ଦିରରେ ନଥିଲା ଭକ୍ତଙ୍କ ଭିଡ଼। ବିନା ଭକ୍ତରେ ମନ୍ଦିରରେ ହେଲା ପୂଜାପଦ୍ଧତି। ମାସର ଏହି ପ୍ରଥମ ସୋମବାରରେ କେବଳ ଶୈବପୀଠ ନୁହେଁ , ଜଗନ୍ନାଧ ମନ୍ଦିର ଓ ଅନ୍ୟ ଦେବାଦେବୀଙ୍କ ମନ୍ଦିର ଗୁଡ଼ିକ ମଧ୍ୟ ସଂପୂର୍ଣ୍ଣଭାବେ ଭକ୍ତଶୁନ୍ୟ ହୋଇ ପଡ଼ିଥିଲା। କେବଳ ପରମ୍ପରା ଓ ବିଧି ରକ୍ଷା ପାଇଁ ପୂର୍ବ ରୀତିନୀତି ପ୍ରକାରେ ସେବାୟତ ମାନଙ୍କ ଦ୍ୱରା ପ୍ରଭୁଙ୍କ ନୀତିକାନ୍ତ କରାଯାଇଥିଲା। ଭୋର ସମୟରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ ଓ ମାଘସ୍ନାନ ପରେ ଠାକୁରଙ୍କୁ ସୁସଜ୍ଜିତ ପୃଷ୍ଠରେ ସଜ୍ଜିତ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ଼ ଖୋଲାଯାଇଥିଲେ ମଧ୍ୟ କୋଭିଡ଼୍ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଆସିବା ବାରଣ କରାଯାଇଥିଲା। ଭକ୍ତବିହୀନ ହୋଇପଡ଼ିଥିଲା ଅଞ୍ଚଳର ସମସ୍ତ ଦେବାଦେବୀ ପିଠ। କାର୍ତ୍ତିକ ମାସର ପ୍ରତ୍ୟେକ ସୋମାବାର ପ୍ରବଳ ଜନସମାଗମ ହେଉଥିଲା ବେଳେ ଏହା ପୁରା ଫାଙ୍ଗା ପଡ଼ିଥିଲା ସମସ୍ତ ମନ୍ଦିର। ହେଲେ କରୋନା କଟକଣା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଟାଣି ଦେଇଛି ଲକ୍ଷଣରେଖା। ବିନା ଭକ୍ତରେ ପାଳିତ ହୋଇଛି ସମସ୍ତ ପୀଠରେ ପ୍ରଥମ କାର୍ତ୍ତିକ ସୋମବାର। ଅନ୍ୟପକ୍ଷରେ ଜିଲାର ସମସ୍ତ ମନ୍ଦିରର ପୂଜକ ମାନେ ଦୀର୍ଘ ୭ମାସଧରି ମନ୍ଦିର ବନ୍ଦ କରିଛନ୍ତି। ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ସେବାୟତ ମାନଙ୍କ ବର୍ତ୍ତମାନ ଦୁର୍ଦୁନରେ ଜୀବନ ବିତାଉଥିବା ବେଳେ ଏ ଦିଗରେ ଆଜି ପର୍ଯ୍ୟନ୍ତ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ମଧ୍ୟ ପୂଜକ ଓ ସେବାୟତଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିନଥିବା ବେଳେ ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡ଼ିଛି। ଅନ୍ୟପକ୍ଷରେ ବର୍ତ୍ତମାନ ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ଜିଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଅପେକ୍ଷାରେ ସମଗ୍ର ଜିଲାର ମନ୍ଦିରର ପୂଜକ ଓ ସେବାୟତ ମାନେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories