www.samajalive.in
Saturday, December 6, 2025
26.1 C
Bhubaneswar

ଏଣିକି ଇପିଏଫ୍‌ ପେନସନ୍‌ ଉପଭୋକ୍ତା ଯେକୌଣସି ମାସରେ ଦାଖଲ କରିପାରିବେ ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର

ଭୁବନେଶ୍ୱର: ମାସିକ ପେନ୍‍ସନ୍‍ ଅବ୍ୟାହତ ରଖିବାକୁ ହେଲେ ପ୍ରତିବର୍ଷ ନଭେମ୍ବର ମାସରେ ଡିଜିଟାଲ୍‍ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ହୁଏ। ଏକ ସମୟରେ ସଂଖ୍ୟାଧିକ ପ୍ରମାଣପତ୍ର ଦାଖଲ କରବା ଓ ତାକୁ ତଦାରଖ କରି କାର୍ଯ୍ୟକାରୀ କରିବାରେ ଉଭୟ ଉପଭୋକ୍ତା ଓ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ଏଣିକ ଇପିଏଫ୍‌ ପେନସନ୍‌ ଉପଭୋକ୍ତ ଯେ କୌଣସି ମାସରେ ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

 

- Advertisement -

ଜୀବନ ପ୍ରମାଣପତ୍ର ଦାଖଲ କରିଥିବା ମାସଠାରୁ ବର୍ଷେ ପର୍ଯ୍ୟନ୍ତ ଏହା କ୍ରିୟାଶୀଳ ହୋଇରହିବ ଏବଂ ପେନ୍‍ସନ୍‍ ଉପଭୋକ୍ତା ପ୍ରତି ନଭେମ୍ବର ବଦଳରେ ଯେକୌଣସି ମାସରେ ଦାଖଲ କରାଯାଇଥିବା ପୂର୍ବ ପ୍ରମାଣପତ୍ର ତାରିଖଠାରୁ ଏକ ବର୍ଷ ସମାପ୍ତ ହେଉଥିବା ମାସରେ ଜୀବନ ପ୍ରମାଣପତ୍ର ଡିଜିଟାଲ୍‍ ମାଧ୍ୟମରେ ଦାଖଲ କରିବାକୁ ହେବ। ଇପିଏଫ୍‍ ପେନ୍‍ସନ୍‍ ଉପଭୋକ୍ତାମାନେ ନିଜ ନିଜ ବ୍ୟାଙ୍କ ଶାଖାରେ ବା କମନ୍‍ ସର୍ଭିସ୍‍ ସେଣ୍ଟର ବା ଉମଙ୍ଗ ଆପ୍‍ ଜରିଆରେ ଡିଜିଟାଲ୍‍ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ବ୍ୟାଙ୍କ ତରଫରୁ କୌଣସି ପ୍ରକାଶ ଅସହଯୋଗର ସମ୍ମୁଖିନ ହେଲେ ସବିଶେଷ ବିବରଣୀ ସହ ଭୁବନେଶ୍ୱର ସ୍ଥିତ ଭବିଷ୍ୟନିଧି କର୍ମଚାରୀ ସଂଗଠନର ଆଞ୍ଚଳିକ କାର୍ଯ୍ୟାଳୟରେ ଜଣାଇବାକୁଚର୍ମଚାରୀ ଭବିଷ୍ୟନିଧି ସଂଗଠନର ସହାୟକ ଭବିଷ୍ୟନିଧି ଆୟୁକ୍ତ ଅନୁରୋଧ କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories