www.samajalive.in
Saturday, December 6, 2025
15.1 C
Bhubaneswar

ଅଣ୍ଡା ଚୋରି କରୁଥିଲେ ମହିଳା: ଦୋକାନୀ ଦେଖିଦେଲା, ଆଉ ତା ପରେ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅନେକ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ । ଆପଣ ଅନେକ ସମୟରେ ଚୋରିର ଦୃଶ୍ୟ ମଧ୍ୟ ଇଣ୍ଟରନେଟରେ ଦେଖିଥିବେ । କେତେବେଳେ ମଲରେ କିଏ ଦାମୀ ଜିନିଷ ଚୋରାଇ ନେଉଥିବାର ଦୃଶ୍ୟ ତ ଆଉ କେଉଁଠି ଅଳଙ୍କାର ଦୋକାନରୁ ସୁନା ଗହଣା ଚୋରିର ଦୃଶ୍ୟ । ସାମାଜିକ ଗଣମାଧ୍ୟମରେ ଏଗୁଡିକ ଭାଇରାଲ ହୋଇଥାଏ । ଏମିତି ଏକ ଚୋରି ଭିଡିଓ ଏବେ ଭାଇରାଲ ହେଉଛି । କିନ୍ତୁ ଏଠି ଚୋରି ହେଉଥିବା ସାମଗ୍ରୀ ହେଉଛି ଅଣ୍ଡା । ଆଜ୍ଞା ହଁ, ଏମିତି ଘଟଣା ଘଟିଛି ମୁମ୍ବାଇରେ । ଏଠାରେ ଜଣେ ମହିଳା ଅଣ୍ଡା ଚୋରି କରୁଥିବାବେଳେ ଧରାପଡିଛନ୍ତି ଆଉ ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

- Advertisement -

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଉଛି କି ଜଣେ ମହିଳା ଦୋକାନକୁ ଅଣ୍ଡା ନେବା ପାଇଁ ଯାଇଛନ୍ତି । କିନ୍ତୁ ଦୋକାନୀ କୌଣସି କାମରେ ବ୍ୟସ୍ତ ଅଛି । ଏହା ପରେ ମହିଳା ଜଣକ ଅତି ସହଜରେ ଅଣ୍ଡାକୁ ବ୍ୟାଗରେ ଲୁଚେଇ ରଖୁଛନ୍ତି । କିନ୍ତୁ ଦୋକାନୀର ସନ୍ଦେହ ହେବା ପରେ ସେ ମହିଳାଙ୍କୁ ପଚାରୁଛି । କିନ୍ତୁ ମହିଳା ଜଣକ କହୁଛନ୍ତି କି ସେ ଏହାକୁ ଅନ୍ୟ ଦୋକାନରୁ ଆଣିଛନ୍ତି । କିନ୍ତୁ ଦୋକାନୀ କହୁଛି କି ଦୋକାନରେ ସିସିଟିଭି ଲାଗିଛି । ଏହା ପରେ ସବୁ ସ୍ପଷ୍ଟ ହୋଇଯାଉଛି । ଧିରେ ଧିର ସେଠାରେ ଲୋକ ଜମା ହୋଇଯାଉଛନ୍ତି । ଭିଡିଓଟି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି । ଭିଡିଓକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।

ସ୍ବାଧୀନ ପ୍ରାର୍ଥୀଙ୍କ ବିଚିତ୍ର ନିର୍ବାଚନ ଚିହ୍ନ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories