www.samajalive.in
Sunday, December 14, 2025
17.1 C
Bhubaneswar

ମନ୍ଦିରରେ ପୂଜାରୀଙ୍କ ପରିବାର ଲୋକଙ୍କୁ ବାନ୍ଧି ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ

ମୁମ୍ବଇ -ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇର ନିକଟବର୍ତ୍ତୀ ଅଞ୍ଚଳ ଉଲ୍ଲାସ ନଗରରେ ଜଣେ ମନ୍ଦିରର ପୂଜାରୀଙ୍କୁ ବାନ୍ଧି ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନା ଗହଣା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।

ପ୍ରାୟ ୬ ଜଣ ଦୁର୍ବୃତ ବିଭିନ୍ନ ମାରଣାସ୍ତ୍ର ଧରି ଉଲ୍ଲାସ ନଗରରେ ଥିବା ସ୍ୱାମୀ ଦାମରାନ ସାହିବ ଦରବାର ମନ୍ଦିରରେ ପ୍ରବେଶ କରିଥିଲେ । ସେଠାରେ ରହୁଥିବା ପୂଜାରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ । ସେମାନଙ୍କ ଠାରୁ ୮୦ ହଜାର ଟଙ୍କା ଏବଂ ପ୍ରାୟ ୪୦ ଲକ୍ଷ ଲୁଟି ନେଇଥିଲେ । ଭୋର ୫ଟା ସମୟରେ ଏହି ଘଟଣା ଘଟିଥିଲା । ସେହି ସମୟରେ ମନ୍ଦିରରେ ପୂଜାରୀଙ୍କ ବ୍ୟତୀତ କେହି ନଥିଲେ ।

- Advertisement -

ମନ୍ଦିର ପରିସରରେ ଥିବା ପୂଜାରୀଙ୍କ ସହ ସମସ୍ତ ପୁରୁଷ ଲୋକଙ୍କୁ ବାନ୍ଧି ସାରିବା ପରେ ଦୁର୍ବୃତମାନେ ମହିଳାମାନଙ୍କୁ ଖଣ୍ଡା ଏବଂ କଟୁରୀ ପରି ମାରଣାସ୍ତ୍ର ଦେଖାଇ ଡରାଇଥିଲେ । ଏହାପରେ ସେମାନେ ୪୦ ଲକ୍ଷ ଟଙ୍କା ସୁନାଗହଣା ସହ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ପୁଲିସ ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories