www.samajalive.in
Sunday, December 7, 2025
14.1 C
Bhubaneswar

ରିଲିଜ୍‍ ହେଲା ଜନ୍‍ଙ୍କ ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର

ମୁମ୍ବଇ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଟ୍‍ଲା ହାଉସ୍‍’ ବକ୍ସ ଅଫିସରେ ଦମ୍‍ଦାର୍‍ ବ୍ୟବସାୟ ଜାରି ରଖିଛି। ଏପଟେ ଏହାର ଯାଦୁ ଥମି ନଥିବା ବେଳେ ଶନିବାର ତାଙ୍କ ଆଗାମୀ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରର ନାଁ ‘ମୁମ୍ବଇ ସାଗା’। ଜନ୍‍ ନିଜ ଇନ୍‍ଷ୍ଟାଗ୍ରାମ୍‍ ଆକାଉଣ୍ଟରେ ଏହି ପୋଷ୍ଟର ଶେୟାର କରିଛନ୍ତି। ପୋଷ୍ଟରରେ ଚଳଚ୍ଚିତ୍ରର କଳାକାରମାନଙ୍କ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ଜନ୍‍ଙ୍କ ବ୍ୟତୀତ ଏଥିରେ ଇମରାନ ହାଶମୀ, ଜ୍ୟାକି ଶ୍ରଫ୍‍, ସୁନୀଲ୍‍ ସେଟ୍ଟୀ, ପ୍ରତୀକ ବବର୍‍, ଗୁଲଶନ ଗ୍ରୋଭର, ରୋହିତ ରୟ, ସମୀର ସୋନୀ ଏବଂ ଅମୋଲ ଗୁପ୍ତେ ପ୍ରମୁଖ କଳାକାର ନଜର ଆସିବେ। ପୋଷ୍ଟରର ତଳ ଭାଗରେ ଲେଖାଅଛି, “ବମ୍ବେରୁ ମୁମ୍ବଇ ହେବା ପର୍ଯ୍ୟନ୍ତର ଅଦ୍ଭୁତ ଯାତ୍ରା”।
ଭୂଷଣ କୁମାର ଏହାର ପ୍ରଯୋଜନା ଭାର ବହନ କରିଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ସଞ୍ଜୟ ଗୁପ୍ତାଙ୍କ ହାତରେ। ପୋଷ୍ଟରରେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଉଲ୍ଲେଖ ରହିଛି। ‘ମୁମ୍ବଇ ସାଗା’ ଆସନ୍ତା ବର୍ଷ ଜୁନ୍‍ ୧୯ ତାରିଖରେ ପରଦାକୁ ଆସିବ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories