www.samajalive.in
Monday, December 15, 2025
16.1 C
Bhubaneswar

ମୁମ୍ବଇରେ ନୁଆଁଖାଇ ଭେଟଘାଟ

ସମ୍ବଲପୁର/ମୁମ୍ବଇ :  ପଶ୍ଚିମ ଓଡିଶା ପରିବାର ମୁମ୍ବଇ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ଓ ପଶ୍ଚିମ ଓଡିଶାରୁ ଆସିଥିବା ନୂତନ ଶସ୍ୟର ଭୋଗ ଲଗାଇବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦାଦର ସ୍ଥିତ ସାବରକର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁମ୍ବାଇର ଆୟକର କମିଶନର ନରେଶ ବାଲୋଡିଆ ଓ ତାଙ୍କର ଧର୍ମପତ୍ନୀ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ରେହା ଖାନ ପଠାନ, ଅପର୍ଣ୍ଣା ଗିରି, ରାଜଶ୍ରୀ ପ୍ରଡକ୍ସନର ସିଇଓ ଶ୍ରୀ ଗୁପ୍ତ, ଦିଲୀପ ଧନୱାନୀ ଓ ଆଇରସିଏସର ଚିତ୍ତରଞ୍ଜନ ସ୍ୱାଇଁ ଉପସ୍ଥିତ ରହିଥିଲେ।

- Advertisement -

ଏହି ଅବସରରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନୀତ କରାଯାଇଥିଲା। ଅତିଥି ମାନେ ସ୍ମରଣିକା ‘ଜୁହାର’ କୁ ଉନ୍ନମୋଚନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଫେସନ ସୋ ସହିତ ବରଗଡର କଳାଜୀବୀ ସଂସ୍ଥାର କଳାକାର ମାନେ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥି ଓ ଅଭିନେତ୍ରୀ ମାନେ ସମ୍ବଲପୁରୀ ନୃତ୍ୟରେ ଭାଗ ନେଇ ଖୁସି ବ୍ୟକ୍ତ କରିଥିଲେ। ଏହି ଭେଟଘାଟ କାର୍ଯ୍ୟକ୍ରମରେ ମୁମ୍ବାଇରେ ରହୁଥିବା ପଶ୍ଚିମ ଓଡିଶାର ୩ ଶହରୁ ଉର୍ଦ୍ଧ ପରିବାର ପାରମ୍ପରିକ ସମ୍ବଲପୁରୀ ପୋଷାକ ପରିଧାନ କରି ଯୋଗ ଦେଇଥିଲେ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories