www.samajalive.in
Saturday, December 6, 2025
23.1 C
Bhubaneswar

ଆଇସକ୍ରିମ୍ ଖାଉଥିଲେ ମହିଳା ; କୋନ୍ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ପହଞ୍ଚିଲା ପୁଲିସ୍..

ମୁମ୍ବଇ : ଖରାଦିନେ ଆଇସକ୍ରିମ ସଭିଁଙ୍କୁ ପସନ୍ଦ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଆଇସକ୍ରିମ ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିଥାଏ। ଦୋକାନ ହେଉ ଅଥବା ଅନଲାଇନରୁ ଲୋକେ ବିଭିନ୍ନ ପ୍ରକାର ଆଇସକ୍ରିମ ଅର୍ଡର କରି ଖାଇ ଥାଆନ୍ତି। ମାତ୍ର ମୁମ୍ବଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେବା ସହ ଆଇସକ୍ରିମ ଖାଇବାକୁ ମଧ୍ୟ ଭୟ ଲାଗିବ। ମହାନଗରର ମଲାଡ ଅଞ୍ଚଳରେ ଜଣେ ମହିଳା ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିଲେ। ଏହାପରେ ଯାହା ହେଲା କଳ୍ପନା ମଧ୍ୟ କରି ହେବ ନାହିଁ।

୧୪ ଜୁନରେ ହେବ ବଡ ପରିବର୍ତ୍ତନ; ୩ ରାଶିଙ୍କର ଏମିତି ବଦଳିବ ଭାଗ୍ୟ..

- Advertisement -

ମହିଳା ଜଣକ ଅନଲାଇନରେ କୋନ୍ ଆଇସକ୍ରିମ ଅର୍ଡର କରିଥିଲେ। ସେହି କୋନ୍ ଆଇସକ୍ରିମ ଭିତରେ ମଣିଷର କଟା ଆଙ୍ଗୁଠି ବାହାରିଥିଲା। ମହିଳା ଜଣକ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ପ୍ରାଥମିକ ତଦନ୍ତରୁୁ ଜଣାପଡିଛି, ଆଇସକ୍ରିମ କୋନ ଭିତରେ ମଣିଷର ଏକ କଟା ଆଙ୍ଗୁଠି ଥିଲା। ପୁଲିସ ଏହି କଟା ଆଙ୍ଗୁଠିକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଇଛି। ମହିଳା କୋନରୁ ଅଧିକରୁ ଅଧିକ ଆଇସକ୍ରିମ ଖାଇ ସାରିଥିଲେ। ମାତ୍ର ଯେଭଳି ଜାଣିଲେ ଆଇସକ୍ରିମରେ କଟା ଆଙ୍ଗୁଠି ଅଛି, ସେ କାବା ହୋଇଗଲେ। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏପର୍ଯ୍ୟନ୍ତ ଖାଦ୍ୟର ଜିନିଷରେ ଅସରପା, ଝିଟିପିଟି ମିଳିବା ଘଟଣା ସାମ୍ନାକୁ ଆସିଥିଲା ମାତ୍ର, ମଣିଷର କଟା ଆଙ୍ଗୁଠି ଘଟଣା ହଇଚଇ ସୃଷ୍ଟି କରିଛି। ଏହି ଆଇସକ୍ରିମ ଏକ ନାମୀ କମ୍ପାନୀର ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories