www.samajalive.in
Saturday, December 6, 2025
23.1 C
Bhubaneswar

ସହାୟତା ପାଇଁ ଚିତ୍କାର କରି କରି ଚାଲିଗଲା ୫ ଜୀବନ

ସମାଜ ଡିଜିଟାଲ ଡେସ୍କ: ଶୋଇଥିବା ସମୟରେ ଘରେ ଲାଗିଗଲା ନିଆଁ। ସହାୟତା ପାଇଁ ଚିତ୍କାର କରି କରି ଚାଲିଗଲା ୫ ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହାଜିପୁର ଗାଁରେ। ନିଆଁ ଏବଂ ଧୂଆଁ ଯୋଗୁ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ହାଜିପୁର ଗାଁରେ ସାରିକ ନାମକ ବ୍ୟକ୍ତିଙ୍କର ଏକ ଦୁଇମହଲା କୋଠା ରହିଛି। ସାରିକ ଏବଂ ତାଙ୍କ ସ୍ତ୍ରୀ ଫରହିନ, ୭ମାସର ପୁଅ ସିଜ୍‌‌, ଭଉଣୀ ନାଜରା ଏବଂ ଭିଣୋଇ ସୈଫ୍‌‌, ଭାଣିଜୀ ଇସରା ଖାଇପିଇ ଉପର ମହଲାରେ ଶୋଇଥିଲେ। ରାତିରେ ତଳ ମହଲାରେ ହଠାତ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସେଠାରେ କିଛି ବୈଦ୍ୟୁତିକ ଉପକରଣ ଏବଂ ମେଶିନ ଥିବାବେଳେ ସେଥିରେ ବି ନିଆଁ ଲାଗିଯାଇଥିଲା। ଫଳରେ ସର୍ଟସର୍କିଟ୍‌‌ ହୋଇ ନିଆଁ ୪ ଆଡ଼କୁ ବ୍ୟାପିଯାଇଥିଲା। ଉପର ମହଲାରେ ଶୋଇଥିବା ଲୋକେ ଏ ବିଷୟରେ ଜାଣି ପାରି ନ ଥିଲେ। ନିଆଁ ଉପର ମହଲାକୁ ବ୍ୟାପିବା ପରେ ଘର ସାରା ପ୍ରବଳ ଧୂଆଁ ହୋଇଯାଇଥିଲା। ଫଳରେ ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲା। କିନ୍ତୁ ସେତେବେଳକୁ ଧୂଆଁରେ ସମସ୍ତେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ସେମାନେ ସହାୟତା ପାଇଁ ଚିତ୍କାର କରିଥିଲେ। ଆଖପାଖରେ ଥିବା ପରିବାରର ଲୋକେ ଚିତ୍କାର ଶୁଣି ଘରୁ ବାହାରି ଆସିଥିଲେ। କିନ୍ତୁ ଠିକ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ଫଳରେ ୫ ଜଣ ଯାକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ବିଳମ୍ବିତ ରାତିରେ ଖବର ପାଇ ପୁଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ୫ ମୃତଦେହ ଜବତ କରିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories