www.samajalive.in
Monday, December 8, 2025
16.1 C
Bhubaneswar

ଅନ୍ୟ ଦଳ ରୋହିତଙ୍କୁ ଅଧିନାୟକ ଭାବେ ଆଦରି ନେବେ: ରାୟୁଡୁ

ମୁମ୍ବଇ: ଚଳିତ ଆଇପିଏଲ୍‌ ପୂର୍ବରୁ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସର ନେତୃତ୍ବ ପରିବର୍ତ୍ତନକୁ ନେଇ। ଦଳକୁ ଯୁଗ୍ମ ସର୍ବାଧିକ ୫ ଥର ଚମ୍ପିଆନ୍ କରିଥିବା ରୋହିତ ଶର୍ମା ମୁମ୍ବଇ ଇଣ୍ଡିଆନ୍‌ସରେ ଥିଲେ ମଧ୍ୟ ଗୁଜରାଟ ଟାଇଟାନ୍‌ସରୁ ହାର୍ଦିକ ପାଣ୍ଡ୍ୟାଙ୍କୁ ଆଣି ତାଙ୍କୁ ମୁମ୍ବଇ ଦଳର ନେତୃତ୍ବ ପ୍ରଦାନ କରିବାକୁ ଅନେକ କ୍ରିକେଟ୍‌ ବିଶେଷଜ୍ଞ ଓ କ୍ରିକେଟ୍‌ପ୍ରେମୀ ସହଜରେ ଗ୍ରହଣ କରି ପାରିନଥିଲେ। କାରଣ ରୋହିତ ଶର୍ମା ହେଉଛନ୍ତି ଭାରତୀୟ ଦଳର ଅଧିନାୟକ।

ହାର୍ଦିକଙ୍କ ନେତୃତ୍ବରେ ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ୩ଟିଯାକ ମ୍ୟାଚ୍‌ ହାରିବା ପରେ ହାର୍ଦିକଙ୍କ ଉପରେ ଦର୍ଶକଙ୍କ ଆକ୍ରୋଶ ଆହୁରି ବଢ଼ି ଯାଇଥିଲା। ପୁଣି ଆସନ୍ତା ସଂସ୍କରଣରେ ରୋହିତ ଅନ୍ୟ ଫାଞ୍ଚାଇଜିକୁ ଚାଲିଯିବେ ବୋଲି ଆଲୋଚନା ଯେପରି ନିଆଁ ଉପରେ ଘିଆ ଢାଳିଥିଲା। ଉଭୟ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଘୋଷଣା କରି ସାରିଲେଣି ଯେ ରୋହିତ ସେମାନଙ୍କ ଦଳରେ ସାମିଲହେବା ଦଳକୁ ଅଧିକ ଶକ୍ତିଶାଳୀ କରିବ। ମୁମ୍ବଇ ଇଣ୍ଡିଆନ୍‌ସର ଏହି ନେତୃତ୍ବ ବିବାଦ ଚର୍ଚ୍ଚା‌େ‌ର ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ ଓ ମୁମ୍ବଇ ଇଣ୍ଡିଆନ୍‌ସର ବ୍ୟାଟ୍‌ସମ୍ୟାନ୍ ଅମ୍ବତି ରାୟୁଡୁ। ତାଙ୍କ ଅନୁସାରେ, ନେତୃତ୍ବ ପରିବର୍ତ୍ତନ କରି ମୁମ୍ବଇ ଇଣ୍ଡିଆନ୍‌ସ ରୋହିତଙ୍କ ସହ ସଠିକ୍ ଆଚରଣ ଦେଖାଇ ନାହିଁ।

- Advertisement -

ତେବେ ଏହା ରୋହିତ ଶର୍ମାଙ୍କ ନିଷ୍ପତ୍ତି। ଯେତେବେଳେ ସେ ମୁମ୍ବଇ ଇଣ୍ଡିଆନ୍‌ସ ଛାଡ଼ିବାର ନିଷ୍ପତ୍ତି ନେବେ; ସେ ଯାଇପାରନ୍ତି। ସମସ୍ତ ଆଇପିଏଲ୍‌ ଦଳ ରୋହିତଙ୍କୁ ଅଧିନାୟକ ଭାବେ ସାଦରେ ଗ୍ରହଣ କରିନେବେ। ମୁଁ ନିଶ୍ଚିତ ଯେ ରୋହିତ ଆସନ୍ତାବର୍ଷ ଏପରି ଏକ ଫ୍ରାଞ୍ଚାଇଜିକୁ ଯିବେ; ଯିଏ ତାଙ୍କୁ ସଠିକ୍‌ ସମ୍ମାନ ଦେଖାଇବ। ନିଶ୍ଚିତ ଭାବେ ମୁମ୍ବଇ ଇଣ୍ଡିଆନ୍‌ସ ଯେପରି ତାଙ୍କ ପ୍ରତି ଆଚରଣ ଦେଖାଇଛି; ତା’ଠାରୁ ନିଶ୍ଚିତ ଭଲ ଆଚରଣ ଦେଖାଇବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories