www.samajalive.in
Monday, December 8, 2025
14.1 C
Bhubaneswar

ଏକାଧିକ ସିଲିଣ୍ଡର ବିସ୍ଫୋରଣରେ ଥରିଲା ବରକତ ମାର୍କେଟ

ଲାହୋର: ଲାହୋରର ବରକତ ମାର୍କେଟରେ ମଙ୍ଗଳବାର ଏକାଧିକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଏକାଧିକ ଲୋକ ମୃତହାତ ହୋଇଥିବା ଆଶଙ୍କା କରାଯାଉଛି। ଅନେକ ଗାଡ଼ି ଓ ଦୋକାନ ଛିନଛତ୍ର ହୋଇଯାଇଛି।

ପାକିସ୍ତାନ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ କିମି ଯାଏ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ବିସ୍ଫୋରଣ ପରେ ମାର୍କେଟରେ ଥିବା ଦୋକାନଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଲୋକମାନେ ଭୟରେ ଏଣେତେଣେ ଦୌଡ଼ୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସ୍ଥାନୀୟ ସାମ୍ବାଦିକମାନେ କହିଛନ୍ତି, ଘଟଣା ପରେ ଏକାଧିକ ଆମ୍ବୁଲାନ୍ସ ମାର୍କେଟରେ ପହଞ୍ଚିଥିଲା। ଆହତମାନଙ୍କୁ ଏବେ ଉଦ୍ଧାର କରାଯାଇ ଲାହୋରରେ ଥିବା ଜିନ୍ନା ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

- Advertisement -

ଗୋଟିଏ ପରେ ଗୋଟିଏ କରି ୧୦ଟି ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୨ଟି ଗାଡ଼ି ଓ ୨୦ରୁ ଅଧିକ ଦୋକାନ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ସୁରକ୍ଷାକର୍ମୀମାନେ ନିଆଁ ଲିଭା କାର୍ୟ୍ୟରେ ଲାଗିଛନ୍ତି। ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀଙ୍କ ହାତ ରହିଛି କି ନାହିଁ ତା’ର ଯାଞ୍ଚ କରାଯାଉଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories