www.samajalive.in
Sunday, December 14, 2025
18.1 C
Bhubaneswar

ଆମାଜନ ଇଣ୍ଡିଆର ମଲ୍‍ଟି ସେଲର ଫ୍ଲେକ୍ସ

ବେଙ୍ଗାଲୁରୁ: ପ୍ରାଇମ ଡେ ଆରମ୍ଭ ହେବା ପୂର୍ବରୁ ଆମାଜନ୍‍ ଟିୟର ୨ ଏବଂ ତାହାଠାରୁ ତଳେ ଥିବା ବଜାରଗୁଡିକରେ ବିକ୍ରେତାମାନେ ଯେଭଳି ସେମାନଙ୍କର ତାଲିକାଭୁକ୍ତ ପାଇଁ ପ୍ରାଇମ ବ୍ୟାଜ୍‍ ହାସଲ କରିବେ ସେ ଦିଗରେ ସେମାନଙ୍କୁ ସମର୍ଥ କରାଇବାକୁ ‘ମଲ୍‍ଟି-ସେଲର ଫ୍ଲେକ୍ସ’ (ଏମଏସଏଫ) ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏମଏସଏଫ ବ୍ୟବହାର କରୁଥିବା ବିକ୍ରେତାମାନେ ଏହି କାର୍ଯ୍ୟକ୍ରମରୁ ଉପକୃତ ହେବେ, ଯେହେତୁ ସେମାନେ ନିୟୁତାଧିକ ପ୍ରାଇମ ଗ୍ରାହକଙ୍କ ସହିତ ଯୋଡି ହେବାର ସୁଯୋଗ ପାଇବେ। ମଲ୍‍ଟି-ସେଲର ଫ୍ଲେକ୍ସ (ଏମଏସଏଫ) ସ୍ଥଳଗୁଡିକ ହେଉଛି ପରିପୂରଣ କେନ୍ଦ୍ର ଯାହା ସ୍ୱୀକୃତିପ୍ରାପ୍ତ ତୃତୀୟ ପକ୍ଷ ସେବା ଯୋଗାଣକାରୀ (ସ୍ଥାନୀୟ ଉଦ୍ୟୋଗୀ)ଙ୍କ ଦ୍ୱାରା ପରିଚାଳିତ ପରିପୂରଣକାରୀ ସ୍ଥଳ। ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆମାଜନ ଡଟ୍‍ ଆଇଏନ ବିକ୍ରେତାଙ୍କୁ ସେମାନଙ୍କ ଉତ୍ପାଦ ମହଜୁଦ ରଖିବା ଏବଂ ଗ୍ରାହକଙ୍କ ଅର୍ଡରଗୁଡିକ ପ୍ରସ୍ତୁତ କରିବା ନିମନ୍ତେ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ସହିତ ସହଭାଗିତା କରୁଛି ଏବଂ ଆମାଜନ୍‍ ବିକ୍ରେତାଙ୍କ ସାମଗ୍ରୀ ପ୍ରେରଣ ପାଇଁ ସ୍ଥାନାନ୍ତରଣ ଏବଂ ଲଜିଷ୍ଟିକ୍ସ ସମର୍ଥନ ଯୋଗାଇଦେବ। ଏହି ଶୁଭାରମ୍ଭ ସହିତ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ନିକଟସ୍ଥ ଏମଏସଏଫ ସ୍ଥଳକୁ ପଠାଇବା ଏବଂ ସେଗୁଡିକୁ ସମଗ୍ର ଦେଶରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇବାକୁ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ସହିତ ନିୟୋଜିତ ରହିପାରିବେ। ନିକଟସ୍ଥ ଏମଏସଏଫଗୁଡିକୁ ବ୍ୟବହାର କରିବା ଦ୍ୱାରା ବିକ୍ରେତାମାନେ ଉତ୍ପାଦଗୁଡିକୁ ସେମାନଙ୍କ ସହର ବାହାରେ ଥିବା ଆମାଜନ ପରିପୂରଣ କେନ୍ଦ୍ର (ଏଫସି)ଗୁଡିକୁ ପଠାଇବା ବାବଦରେ ହେଉଥିବା ପରିବହନ ଖର୍ଚ୍ଚ ଉପରେ ସଂଚୟ କରିପାରିବେ। ନିଜ ସାମଗ୍ରୀ ମହଜୁଦ ରଖିବା ଏବଂ ଗ୍ରାହକଙ୍କ ଅର୍ଡର ମୁତାବକ ସେମାନଙ୍କ ସାମଗ୍ରୀର ତାଲିକା ପ୍ରସ୍ତୁତ କରି ତାହା ଯୋଗାଇବା ନିମନ୍ତେ ମହଜୁଦ ସ୍ଥାନ ଆବଶ୍ୟକ କରୁଥିବା କ୍ଷୁଦ୍ର ବିକ୍ରେତାମାନେ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇପାରିବେ। ଭାରତର କୋଟାୟାମ, ପାନିପତ, ନେଲୋର, ଭଲସାଡ, ହିସାର ଆଦି ସମେତ ୧୦୦ରୁ ଅଧିକ ଟିୟର ୨ ଏବଂ ତାହାଠାରୁ କମ୍‍ ଶ୍ରେଣୀର ସହରରୁ ହଜାର ହଜାର ବିକ୍ରେତା ଏମଏସଏଫ ବ୍ୟବହାର କରୁଛନ୍ତି ଏବଂ ୨୦୨୧ ଜୁଲାଇ ୨୬ ଓ ୨୭ରେ ଆୟୋଜିତ ହେବାକୁ ଯାଉଥିବା ପ୍ରାଇମ ଡେ’ରେ ଅଂଶଗ୍ରହଣ କରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories