www.samajalive.in
Wednesday, December 10, 2025
16.1 C
Bhubaneswar

ସାତ ଦଫା ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଲେ ଓଏଚପିସି ଶ୍ରମିକ କର୍ମଚାରୀ ମିଳିତ ସଂଘ

ମୁଖୀଗୁଡା: ଇନ୍ଦ୍ରାବତୀ ପ୍ରକଳ୍ପ ଓ ଓ.ଏଚ୍.ପି.ସି. ର ଇନ୍ଦ୍ରାବତୀ ପାୱାର ପ୍ରୋଜେକ୍ଟ ୱାର୍କର୍ସ ୟୁନିୟନ ୭ଦଫା  ଦାବୀରେ  ମଙ୍ଗଳବାର ଠାରୁ କଳା ବ୍ୟାଜ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଅଛି। ଏ ନେଇ ଆଜି ମୁଖୀଗୁଡା ଜଳ ବିଦ୍ୟୁତ ନିଗମର ଇନ୍ଦ୍ରାବତୀ ପାୱାର ପ୍ରୋଜେକ୍ଟ ୱାର୍କରସ୍ ୟୁନିୟନ ପକ୍ଷରୁ ସଂଘ କାର୍ଯ୍ୟାଲୟ ପରିସରରେ  ମନୋଜ କୁମାର ପାଢୀ ଙ୍କ ସଭାପତିତ୍ୱ ରେ  ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ  ସଂଘ ଦେଇଥିବା ସାତ ଦଫା ଦାବୀ ପତ୍ର ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ହୋଇଥିଲା, ଠିକା ଶ୍ରମିକ ମାନଙ୍କୁ ସ୍ଥାଇ ନିଯୁକ୍ତି, ଠିକ ସମୟରେ କର୍ମଚାରିଙ୍କ ପଦୋନ୍ନତି, ବକେୟା ୫୦% ଅର୍ଥ ପ୍ରଦାନ, କର୍ତ୍ତବ୍ୟରତ ଅଧିକାରୀଙ୍କ ମନମୁଖୀ ଶାସନ ଓ କର୍ମଚାରିଙ୍କ ଆଲାଉନ୍ସ ରିଭିଜନ ପ୍ରଭୃତି ବିଭିନ୍ନ ଦାବି ନେଇ ସଂଘ ତରଫରୁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସଂଘର କର୍ମଚାରି ମାନେ କ୍ଷୋଭପ୍ରକାଶ କରିବା ସହ ଏହାର ପ୍ରତିବାଦରେ ସାତ ଦଫା ଦାବୀ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘର ସମ୍ପାଦକ  ଶ୍ରୀବତ୍ସ କୁମାର ବିଶ୍ବାଳ ପ୍ରକାଶ କରିଥିଲେ। ବୈଠକରେ ଗାନ୍ଧୀ କୁମାର ରାଉତ, ବାମଦେବ ଧ, ମାଝୀ, ରାଜେନ୍ଦ୍ର କୁମାର ସାହୁ, ଭଗବାନ ଗନ୍ତାୟତ, ବିମ୍ବାଧର ସାହୁ, ଆନନ୍ଦ ଚନ୍ଦ୍ର ସାହୁ ସମେତ ବହୁ କର୍ମଚାରି ଯୋଗ ଦେଇଥିଲେ ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories