ବଜ୍ରାଘାତରେ ଯୁବତୀ ମୃତ

ମୁଖୀଗୁଡା: ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଣ୍ଡୁରାଗୁଡା ଗ୍ରାମରେ ଗୁରୁବାର ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମୁଣ୍ଡୁରାଗୁଡା ଗ୍ରାମର କମଳା ନାଏକ(୨୦)। ଦିନ ପ୍ରାୟ ୧୦ ଟା୩୦ମିନିଟ୍ ସମୟରେ କମଳା ଖାଦ୍ୟ ଧରି ଗାଁ ପୋଖରୀକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ପଙ୍କ ଉଦ୍ଧାର କାମ କରିବାକୁ ଯାଇଥିବା ବାପା ମାଆଙ୍କୁ ଦେବାକୁ ଯାଇଥିଲେ। ସେଠାରେ ବର୍ଷା ହେବାରୁ ଘରକୁ ଫେରିବାବେଳେ ଗାଁ ମନ୍ଦିର ନିକଟରେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ କାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Comments are closed.