www.samajalive.in
Sunday, December 7, 2025
26.1 C
Bhubaneswar

ଇନ୍ଦ୍ରାବତୀ ପାୱାର ଚାନେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ମୁଖୀଗୁଡା : ଇନ୍ଦ୍ରାବତୀ ପାୱାର ଚାନେଲ ଧନସୁଲି ନିକଟରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ମୃତ ଦେହଟି ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ପଂଚାୟତ ଛତାବାନ୍ଧୁଗୁଡା ଗ୍ରାମର ନାଏକ ଜାନି ସ୍ତ୍ରୀ ସୁକୁମଣି ଜାନି(୩୭) ବୋଲି ଜଣାପଡିଛି। ଆଜି ଆଜି ପାୱାର ଚାନେଲ ଧନସୁଲି ନିକଟରେ ଏକ ଶବ ଭାସୁଥିବା କିଛି ଲୋକଦେଖି ଜୟପାଟଣା ଥାନା କୁ ଖବର ଦେଇ ଥିଲେ ।ଜୟପାଟଣା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ଛିନ୍ନଟ କରିବା ପରେ ସୁକୁମଣି ଜାନି ବୋଲି ଜଣାପଡିଥିଲା।

ସୂଚନାଅନୁସାରେ  ଜୟପାଟଣା ଥାନା ଅନ୍ତର୍ଗତ ଧନସୁଲି ପଂଚାୟତ ଛତାବାନ୍ଧୁଗୁଡା ଗ୍ରାମର ନାଏକ ଜାନି ସ୍ତ୍ରୀ ସୁକୁମଣି ଜାନି(୩୭)ନିଖୋଜ ଥିବା ସମ୍ପର୍କରେ ଗୁରୁବାର ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ସ୍ବାମୀ । ତେବେ ଆଜି ତାଙ୍କ ମୃତଦେହ ଇନ୍ଦ୍ରାବତୀ ପାୱାର ଚାନେଲର ମିଳିବା ପରେ ଜୟପାଟଣା ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଏଏସଆଇ ସନ୍ତୋଷ ସାହୁ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories