୮୮ ବର୍ଷର ଏହି ପୁରୁଣା ହୋଟେଲରୁ ଖାଇବା ମଗାଇଥାନ୍ତି ମୁକେଶ ଅମ୍ବାନୀ

ମୁମ୍ବାଇ : ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଖାଦ୍ୟ ପେୟ ପାଇଁ ବହୁତ ସଉକ ରଖନ୍ତି । ନିକଟରେ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ସମୟରେ କିଛି ଭାଇରାଲ ଭିଡିଓରୁ ସେ ବିଭିନ୍ନ ଖାଦ୍ୟ ପାଇଁ କେତେ ସଉକ ରଖନ୍ତି ସେ ସମ୍ପର୍କରେ ଜଣାପଡିଥିଲା । ମୁକେଶ ଲଙ୍କା ଚପ୍ ଖାଉଥିବା ଭିଡିଓ ଭାଇରାଲ ହୋଇଥିଲା । ତେବେ ତାଙ୍କୁ ୮୮ ବର୍ଷର ଏକ ପୁରୁଣା ସାଉଥ୍ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ବହୁତ ପସନ୍ଦ । ସପ୍ତାହକୁ ଥରେ ଯେମିତି ହେଲେ ବି ସେଠାରୁ ଖାଇବା ମଗାଇଥାନ୍ତି ମୁକେଶ ଅମ୍ବାନୀ । କେବଳ ମୁକେଶ ଅମ୍ବାନୀ ନୁହଁନ୍ତି, ତାଙ୍କ ପରିବାରର ସମସ୍ତେ ସେହି ନିର୍ଦ୍ଧାରିତ ରେଷ୍ଟୁରାଣ୍ଟରୁ ଖାଇବା ମଗାଇଥାନ୍ତି ।

ମୁମ୍ବାଇର ପ୍ରସିଦ୍ଧ କାଫେ ମୈସୁର ମାଟୁଙ୍ଗା ମୁକେଶ ଅମ୍ବାନୀଙ୍କ ପ୍ରିୟ ରେଷ୍ଟୁରାଣ୍ଟ । ସେଠାରୁ ସେ ପ୍ରତି ସପ୍ତାହରେ ଖାଇବା ମଗାଇଥାନ୍ତି । କଲେଜ ଦିନରୁ ହିଁ ସେ ଏଠାର ଖାଦ୍ୟକୁ ପସନ୍ଦ କରନ୍ତି । ସେ ପୂର୍ବରୁ ଲଗାତର ଏହି ସ୍ଥାନକୁ ଆସୁଥିଲେ । କହିରଖୁଛୁ ଏହି ଶୁଦ୍ଧ ନିରାମିଶ ହୋଟେଲଟି ୧୯୩୬ ମସିହାରେ ଆରମ୍ଭ ହୋଇଥିଲା । ଏହି ରେଷ୍ଟୁରାଣ୍ଟ ଏତେ ଫେମସ ଯେ ଏଠାରେ ଖାଇବା ପାଇଁ ଲୋକେ ଲାଇନ ଲଗାନ୍ତି । ମୁକେଶ ଅମ୍ବାନୀ ଏଠାରୁ ଇଟଲୀ-ସାମ୍ବର ମଗାଇଥାନ୍ତି । ଏହି ରେଷ୍ଟୁରାଣ୍ଟ ଫେସବୁକରେ ନିଜର ଏକ ପେଜ୍ ମଧ୍ୟ ଚଲାଇଥାଏ । ଏବଂ ଏଥିରେ ମୁକେଶ ଅମ୍ବାନୀଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛି ରେଷ୍ଟୁରାଣ୍ଟ । ଅମ୍ବାନୀ ଏଠାରୁ ଇଟଲୀ-ସାମ୍ବର ବ୍ୟତୀତ ଦୋସା ମଧ୍ୟ ମଗାଇଥାନ୍ତି ।

Comments are closed.