www.samajalive.in
Friday, December 12, 2025
27.1 C
Bhubaneswar

ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ୍‍ କମିଟି ଅନୁମୋଦନ

୨୦୨୨-୨୩ ରବି ଋତୁରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ଅନୁମୋଦନ କରିଛି। ମସୁର ଡାଲି, ରାଇ ସୋରିଷ ଓ ସୋରିଷର କୁଇଣ୍ଟାଲ୍‍ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟରେ ୪୦୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ବୁଟର କୁଇଣ୍ଟାଲ୍‍ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟରେ ୧୩୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିବା
ବେଳେ ସାଫ୍ରୋନ୍‍ର କୁଇଣ୍ଟାଲ୍‍ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୧୧୪ ଟଙ୍କା ବୃଦ୍ଧି କରାଯାଇଛି। ଗହମର କୁଇଣ୍ଟାଲ୍‍ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୪୦ ଟଙ୍କା ବୃଦ୍ଧି କରାଯାଇ ୨ ହଜାର ୧୫ ଟଙ୍କା ରଖାଯାଇଥିବା ବେଳେ ବାର୍ଲିର ସର୍ବନିମ୍ନ ସହାୟକ ମୂଲ୍ୟ ୩୫ ଟଙ୍କା ବୃଦ୍ଧି କରାଯାଇ କୁଇଣ୍ଟାଲ୍‍ ପ୍ରତି ୧୬୩୫ ଟଙ୍କା ରଖାଯାଇଛି।

ଏହି ନିଷ୍ପତ୍ତିରୁ ଏହିସବୁ ଫସଲର ଚାଷୀମାନଙ୍କୁ ଅଧିକ ମୂଲ୍ୟ ମିଳିପାରିବ। ୨୦୧୮-୧୯ ବଜେଟ୍‍ର ଘୋଷଣା ଅନୁସାରେ ସେହିସବୁ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ ଦେଢ଼ଗୁଣା ବୃଦ୍ଧି କରାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories