www.samajalive.in
Friday, December 12, 2025
26.1 C
Bhubaneswar

୩ଟି ବୁଝାମଣାପତ୍ର ସ୍ୱାକ୍ଷରକୁ ମିଳିଲା କ୍ୟାବିନେଟ୍‍ ଅନୁମୋଦନ

ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଚାର୍ଟାଡ୍‍ ଆକାଉଣ୍ଟାଣ୍ଟ୍‍ ଅଫ୍‍ ଇଣ୍ଡିଆ ଓ ଚ୍ୟାମ୍ବର୍‍ ଅଫ୍‍ ଅଡିଟର୍ସ ଅଫ୍‍ ଆଜାରବାଇଜାନ୍‍ ରିପବ୍ଲିକ୍‍ ମଧ୍ୟରେ ଏମ୍‍.ଓ.ୟୁ. ସ୍ୱାକ୍ଷରକୁ କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଛି। ଏହି ଏମ୍‍.ଓ.ୟୁ. ମେମ୍ବର୍‍ ମ୍ୟାନେଜ୍‍ମେଣ୍ଟ୍‍, ପ୍ରଫେସନାଲ୍‍ ଏଥିକ୍ସ, ଟେକ୍ନିକାଲ୍‍ ରିସର୍ଚ୍ଚ, ପ୍ରଫେସନାଲ୍‍ ଆକାଉଣ୍ଟାନ୍‍ସି ଟ୍ରେନି, ଅଡିଟ୍‍ କ୍ୱାଲିଟି ମନିଟରିଂ, ଆଡ଼୍‍ଭାନ୍ସମେଣ୍ଟ୍‍ ଅଫ୍‍ ଆକାଉଣ୍ଟିଙ୍ଗ୍‍ ନଲେଜ୍‍, ପ୍ରଫେସନାଲ୍‍ ଆଣ୍ଡ ଇଣ୍ଟେଲେକ୍‍ଚୁଆଲ୍‍ ଡେଭ୍‍ଲପ୍‍ମେଣ୍ଟ କ୍ଷେତ୍ରରେ ସହଯୋଗ ବୃଦ୍ଧିରେ ସହାୟକ ହେବ।

ଜିଓଲୋଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆ ଓ ରୁଷ୍‍ର ଜଏଣ୍ଟ୍‍ ଷ୍ଟକ୍‍ କମ୍ପାନୀ ରୋସ୍‍ଜିଓଲୋଜିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଭୂବିଜ୍ଞାନ କ୍ଷେତ୍ରରେ ଏହି ଏମ୍‍.ଓ.ୟୁ. ସ୍ୱାକ୍ଷରିତ ହୋଇଛି। ଖଣିଜ ସମ୍ପଦଗୁଡ଼ିକର ସନ୍ଧାନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏରୋଜିଓଫିଜିକାଲ୍‍ ଡାଟା ବିଶ୍ଳେଷଣ ଓ ବ୍ୟାଖ୍ୟା, ରୁଷ୍‍ର ଅତ୍ୟାଧୁନିକ ଆଇ.ଟି. ସଂସ୍ଥା ସହ ଭାରତୀୟ ଭୂବିଜ୍ଞାନ ଡାଟାର ମିଳିତ ଗବେଷଣା, ଡ୍ରିଲିଙ୍ଗ୍‍, ସାମ୍ପଲିଙ୍ଗ୍‍ ଓ ଲାବୋରେଟେରୀ ଆନାଲିସିସ୍‍ ପାଇଁ ବୈଷୟିକ ଜ୍ଞାନର ଆଦାନପ୍ରଦାନରେ ଏହା ସାହାଯ୍ୟ କରିବ। ପର୍ତ୍ତୁଗାଲରେ ଭାରତୀୟ ନାଗରିକମାନଙ୍କର ନିଯୁକ୍ତି ପାଇଁ ରାଜିନାମା ସ୍ୱାକ୍ଷରକୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି।

- Advertisement -

ବର୍ତ୍ତମାନର ରାଜିନାମା ଅନୁସାରେ ଭାରତ ଓ ପର୍ତ୍ତୁଗାଲ୍‍ ମଧ୍ୟରେ ଏକ ପ୍ରତିଷ୍ଠାନଗତ ଢାଞ୍ଚାର ସ୍ଥାପନର ବ୍ୟବସ୍ଥା ଅଛି। ଏହା ଅନୁସାରେ ଭାରତୀୟମାନେ ସେଠାରେ ଯାଇ କାର୍ଯ୍ୟ କରିପାରିବେ। ରାଜିନାମା ଅନୁସାରେ ଏକ ମିଳିତ କମିଟି ସ୍ଥାପନ କରାଯିବ। ଏହି ରାଜିନାମା ଭାରତୀୟ ପେସାଦାରମାନଙ୍କୁ ପର୍ତ୍ତୁଗାଲରେ କାର୍ଯ୍ୟ କରିବା ପାଇଁ ସୁବିଧା ପ୍ରଦାନ କରିବ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories