www.samajalive.in
Friday, December 12, 2025
26.1 C
Bhubaneswar

ବାଙ୍କୀରେ ନକଲି ସାର୍ଟିଫିକେଟ ର‍୍ୟାକେଟ୍‍ ସକ୍ରିୟ

ବାଙ୍କୀ(କଳାପଥର): ସମ୍ପ୍ରତି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ନକଲି ସାର୍ଟିଫିକେଟ୍‍ ର‍୍ୟାକେଟ୍‍ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି। ପଶ୍ଚିମବାଙ୍କୀ ଅଞ୍ଚଳର ଜନୈକ ଯୁବକ ଏହି କାରବାର କରୁଥିବା ବେଳେ ସେ ମଧ୍ୟ ନିଜକୁ ପିଏଚଡି ଡିଗ୍ରୀ କରିଥିବା ଲୋକମାନଙ୍କୁ କହିବୁଲିଛି। ସ୍କୁଲରେ ଭଲ ପାଠ ପଢି ଉତ୍ତୀର୍ଣ୍ଣ ହୋଇପାରୁନଥିବା ଯୁବକ/ଯୁବତୀମାନେ ଏଠାକୁ ଆସି ଏହି ନକଲି ସାର୍ଟିଫିକେଟ୍‍ ନେବାକୁ ଲାଇନ୍‍ ଲଗାଉଥିବା ଦେଖିବାକୁ ମିଳୁଛି। ଦୈନିକ ଶତାଧିକ ଯୁବକ ଯୁବତୀ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଦେଖିବାକୁ ମିଳୁଛି। ବୈଦ୍ୟେଶ୍ୱର ଅଞ୍ଚଳର ଏହି ଯୁବକ ଜଣକ କଟକରେ ତାହାର ନେଟୱାର୍କ ବିସ୍ତାର କରିଥିବା ଶୁଣିବାକୁ ମିଳୁଛି। ନିଜେ ହାଇସ୍କୁଲରୁ ଉର୍ତ୍ତୀର୍ଣ୍ଣ ହୋଇପାରିନଥିବା ବେଳେ ସେ ବାଙ୍କୀ କଲେଜରୁ ସ୍ନାତକ ପାଶ୍‍ କରିଥିବାର ଏକ ସାର୍ଟିଫିକେଟ୍‍ ଏକ ସଂସ୍ଥାକୁ ପ୍ରଦାନ କରି ସେହି ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡିଛି। ନାମୀଦାମୀ କମ୍ପାନୀର ପୋନ ସହିତ ଅତିବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି।

ଏ ବାବଦରେ ମାସକୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ବୋଲି ଜଣାପଡିଛି। ଏହି କାରବାରରେ ବୈଦ୍ୟେଶ୍ୱର ଅଞ୍ଚଳର ଜଣେ ଖବରଦାତା ଥିବା ଜଣାପଡିଛି। ସେ ମଧ୍ୟ ସାମ୍ବାଦିକର ଆଢୁଆଳରେ ଏହି ନକଲି ସାର୍ଟିଫିକେଟ୍‍ ର‍୍ୟାକେଟ୍‍ ଚଳାଇଥିବା ଜଣାପଡିଛି। ସେ ନିଜେ ଜାଲ ସାଟିପକଟ ରଖିଥିବା ବେଳେ ଅନେକ ଲୋକଙ୍କୁ ସାର୍ଟିଫିକେଟ୍‍ ଦେଇଥିବା ଜଣାପଡିଛି। ଏହି ନକଲି ସାର୍ଟିିକେଟ୍‍ ବଳରେ ସାମ୍ବାଦିକ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିବାବେଳେ କେତେକ ପୁରୁଷ ଏବଂ ମହିଳା ସରକାରୀ ଚାକିରୀ କରିଥିବା ବେଳେ ଅନ୍ୟକେତେକ ବେସରକାରୀ ସଂସ୍ଥାରେ ଚାକିରୀ କରିଥିବା ଜଣାପଡିଛି। କେବଳ ଏତିକି ନୁହେଁ କଟକ ଆରଟିଓଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତ୍ୟେହ ଏହି କାରବାର କରୁଥିବା ଜଣାପଡିଛି। ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ସତ୍ୟାସତ୍ୟ ଅନୁସଂଧାନ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories