www.samajalive.in
Friday, December 12, 2025
19.1 C
Bhubaneswar

ପ୍ରସ୍ତାବିତ ନନ୍ଦନବନ ଉଦ୍ୟାନ ପାଇଁ ପ୍ରାଥମିକ ସର୍ଭେ କାର୍ଯ୍ୟ ଆରମ୍ଭ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବୀରନରସିଂହପୁର ପଂଚାୟତରେ ପ୍ରସ୍ତାବିତ ନନ୍ଦନବନ ଭଳି ଏକ ପରିବେଶ ଉଦ୍ୟାନ ନିର୍ମାଣ ପାଇଁ ବୁଧୁବାର ପ୍ରାଥମିକ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପରୀପ୍ରେକ୍ଷୀରେ ଭିସୁଟ ବୁର୍ଲ୍ଲାର ଆସିଷ୍ଟାଟଂ ପ୍ରଫେସର (ସିଭିଲ) ଇଂ.ସୁଶାନ୍ତ ସିଓଲ, ବୌଦ୍ଧ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ବୌଦ୍ଧ ଏ.ସି.ଏଫ ସୌମ୍ୟରଂଜନ ଗୋଛାୟତ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ ପାଇଁ ପଂହଚିଥିଲେ।

ପ୍ରାଥମିକ ସର୍ଭେରେ ୧୨୦ ହେକ୍ଟର ଜଙ୍ଗଲରେ ସଫାରୀ, ଥିମ ଉଦ୍ୟାନ, ଇକୋ କଟେଜ୍‍, ଟ୍ରେକିଂ ପାଇଁ ସର୍ଭେକାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଭିସୁଟ ବୁର୍ଲ୍ଲାର ଏକ ସାତଜଣିଆ ଟିମ ଚଳିତ ମାସ ଶେଷସୁଦ୍ଧା ଡି.ଜି.ପି.ଏସ ସର୍ଭେ କାର୍ଯ୍ୟ ଆରମ୍ଭ କରିବେ।ପ୍ରାଥମିକ ସର୍ଭେ କାର୍ଯ୍ୟ ସରିବା ପରେ ଜଙ୍ଗଲ ସଫାରୀ, ଇକୋ କଟେଜ୍‍, ଟ୍ରେକିଂ, ଥିମ ଉଦ୍ୟାନ ଇତ୍ୟାଦି ନିର୍ମାଣ ପାଇଁ ମାଷ୍ଟରପ୍ଲାନ ତିଆରି ହେବ।। ସୂଚନା ଥାଉ କି ବୀରନରସିଂହପୁର ପଂଚାୟତ ଅଧିନରେ ଥିବା ୧୫ଶହ ଏକର ପରିମିତ ଜଙ୍ଗଲରେ ରାଜ୍ୟ ପରିବେଶ ପାର୍କ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଏକ ନକ୍ସା ମଧ୍ୟ ନିର୍ମାଣ ହୋଇସାରିଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ବନ୍ୟଜନ୍ତୁ ପାର୍କ ବ୍ୟତୀତ ଅନ୍ୟସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।ଭାରତ ସରକାରଙ୍କ ଠାରୁ ବନ୍ୟଜନ୍ତୁ ଉଦ୍ୟାନ ପାଇଁ ଅନୁମୋଦନ ମିଳିବା ପରେ ସେସବୁ କାର୍ଯ୍ୟ ଆରମ୍ଭ ହେବ। ବିଶେଷକରି ଜିଲ୍ଲାରେ ଏଭଳି ଏକ ପାର୍କ ନିର୍ମାଣ ଜିଲ୍ଲାର ଗାରିମାକୁ ବୃଦ୍ଧି କରିବ ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories