www.samajalive.in
Monday, December 15, 2025
27.1 C
Bhubaneswar

ଡ୍ରୋନ୍ ପାଇଲଟ୍‌ ପ୍ରମାଣପତ୍ର ପାଇଲେ ଧୋନି

ଚେନ୍ନଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ପୁରୁଣା କାର୍‌ ଓ ସୁପର ବାଇକ୍‌ ପ୍ରତି ଥିବା ଦୁର୍ବଳତା ସମସ୍ତେ ଜାଣନ୍ତି। ତାଙ୍କ ଘରେ ଧୋନି ଏକ ଡଜନ୍‌ ଏହି ପ୍ରକାର ଗାଡ଼ି ରଖିଛନ୍ତି। ହେଲେ ଏବେ ଧୋନି ଡ୍ରୋନ୍ ଉଡ଼ାଇବାକୁ ଯାଉଛନ୍ତି। ବିଧିବଦ୍ଧ ଭାବେ ଧୋନି ଡିଜିସିଏ ସ୍ବୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ଡ୍ରୋନ୍ ପାଇଲଟ୍‌ ହେବାର ପ୍ରଶିକ୍ଷଣ ପାଇଛନ୍ତି ଏବଂ ସଫଳତା ପରେ ତାଙ୍କୁ ପ୍ରମାଣପତ୍ର ମଧ୍ୟ ମିଳିଛି। ସାମାଜିକ ଗଣମାଧ୍ୟମରେ ଧୋନି ଏହା ଜଣାଇଛନ୍ତି।

ଚେନ୍ନଇସ୍ଥିତ ଗରୁଡ ଏରୋସ୍ପେସ୍‌ ଦେଶର ନାମୀ ଡ୍ରୋନ୍ ନିର୍ମାତା ଓ ଡ୍ରୋନ୍ ପାଇଲଟ୍‌ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା। ଧୋନି ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଓ ଏଥିରେ ସେ ଅର୍ଥନିବେଶ ମଧ୍ୟ କରିଛନ୍ତି। ହେଲେ ବିଧିବଦ୍ଧ ଭାବେ ଧୋନି ଏହି ସଂସ୍ଥାରେ ରିମୋଟ୍‌ ଡ୍ରୋନ୍‌ ପାଇଲଟ୍‌ ପ୍ରଶିକ୍ଷଣ ପାଠ୍ୟକ୍ରମ ହାସଲ କରିଥିଲେ ଏବଂ ଏଥିରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ପ୍ରମାଣପତ୍ର ମିଳିଛି। ଅଦ୍ୟାବଧି ଗରୁଡ ଏରୋସ୍ପେସ୍‌ ପ୍ରାୟ ୨୫୦୦ ବ୍ୟକ୍ତିଙ୍କୁ ରିମୋଟ୍‌ ଡ୍ରୋନ୍‌ ପାଇଲଟ୍‌ ତାଲିମ ପ୍ରଦାନ କରିଛି। ସୂଚନାଯୋଗ୍ୟ; ୨୦୧୧ରେ ଭାରତୀୟ ପ୍ରାଦେଶିକ ସେନାର ପାରାସୁଟ୍‌ ରେଜିମେଣ୍ଟରେ ମହେନ୍ଦ୍ର ସିଂହ ଧୋନିଙ୍କୁ ସମ୍ମାନଜନକ ଲେଫ୍‌ଟନାଣ୍ଟ କର୍ଣ୍ଣେଲ ଭାବେ ନିଯୁକ୍ତି ମିଳିଥିଲା। ୨୦୧୯ରେ ତାଙ୍କ ବାଟାଲିଅନ୍‌ରେ ଧୋନି ଜାମ୍ମୁ-କାଶ୍ମୀରରେ ୧୫ ଦିନ ଧରି ତାଲିମ ମଧ୍ୟ ନେଇଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories